www.samajalive.in
Tuesday, December 9, 2025
16.1 C
Bhubaneswar

ଫ୍ରେଞ୍ଚ ଓପନ ଟେନିସ, ଶ୍ବେତଲୀନାଙ୍କୁ ବିଦାକଲେ କ୍ରେଜିକୋଭା

ପ୍ୟାରିସ: ବର୍ଷର ଦ୍ବିତୀୟ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ ଓପନ ସପ୍ତମ ଦିବସରେ ପହଞ୍ଚିଛି। ଶନିବାର ମହିଳା ସିଙ୍ଗଲ୍‌ସରେ ବଡ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ୫ମ ମାନ୍ୟତାପ୍ରାପ୍ତ ୟୁକ୍ରେନର ଏଲିନ୍‌ ଶ୍ବେତଲୀନାଙ୍କୁ ତୃତୀୟ ରାଉଣ୍ଡ ମ୍ୟାଚରେ ବାର୍ବରା କ୍ରେଜିକୋଭା ପରାସ୍ତ କରି ପ୍ରି-କ୍ବାର୍ଟରକୁ ଉନ୍ନୀତ ହୋଇଛନ୍ତି। ୩୩ନମ୍ବର ମାନ୍ୟତାପ୍ରାପ୍ତ କ୍ରିଜିକୋଭା ୬-୩ ଓ ୬-୨ ସିଧାସଳଖ ସେଟ୍‌ରେ ଶ୍ବେତଲୀନାଙ୍କୁ ପରାସ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ୩ ନମ୍ବର ମାନ୍ୟତାପ୍ରାପ୍ତ ଆମେରିକାର ସ୍ଲୋଆନେ ଷ୍ଟିଫେନ୍ସ ୬-୩ ଓ ୭-୫ରେ ରୁଷିଆର କାରୋଲିନ ମୁଚୋଭାଙ୍କୁ, ୪ ନମ୍ବର ମାନ୍ୟତାପ୍ରାପ୍ତ ଆମେରିକାର ସୋଫିଆ କେନିନ୍‌ ନିଜ ଦେଶର ଜେ ପିଗୁଲାଙ୍କୁ ୪-୬, ୬-୧ ଓ ୬-୪ରେ, ୟୁକ୍ରେନର ଏମ. କୋଷ୍ଟାୟୁକ୍‌ ୬-୧ ଓ ୬-୨ରେ ରୁଷିଆର ଭାରଭେରା ଗ୍ରାଚେଭାଙ୍କୁ ପରାସ୍ତ କରି ପ୍ରି- କ୍ବାର୍ଟରରେ ପ୍ରବେଶ କରିଛନ୍ତି।

ପୁରୁଷ ସିଙ୍ଗଲ୍‌ସ ତୃତୀୟ ରାଉଣ୍ଡ ମ୍ୟାଚରେ ୧ ନମ୍ବର ମାନ୍ୟତାପ୍ରାପ୍ତ ସର୍ବିଆର ନୋଭାକ୍‌ ଜୋକୋଭିକ୍ ୬-୧, ୬-୪, ୬-୧ରେ ଲିଥୁନିଆର ଆର ବେରାଙ୍କିସ୍‌ଙ୍କୁ, ଆର୍ଜେଣ୍ଟିନାର ୧୦ ନମ୍ବର ମାନ୍ୟତାପ୍ରାପ୍ତ ଡି ସ୍କ୍ବଜମ୍ୟାନ ୬-୪, ୬-୨ ଓ ୬-୧ରେ ଫିଲିପ୍ସ କେଲଶ୍ଚେର୍ବରଙ୍କୁ, ଜର୍ମାନୀର ଜେ.ଏଲ ଷ୍ଟ୍ରୁପ୍‌ ୬-୪, ୭-୬(୭-୩) ଓ ୬-୨ରେ ସି. ଆଲକ୍ରାଜ୍‌ଙ୍କୁ, ଇଟାଲିର ୧୮ ନମ୍ବର ମାନ୍ୟତାପ୍ରାପ୍ତ ଜାନନିକ୍‌ ସିନର ୬-୧, ୭-୫, ୬-୩ରେ ଏମ୍‌ ୱାଇମେରଙ୍କୁ ଓ ଇଟାଲିର ୧୯ ବର୍ଷୀୟ ଲୋରେଞ୍ଜୋ ମୁସେଟ୍ଟି ୪ର୍ଥ ରାଉଣ୍ଡ ମ୍ୟାଚରେ ସିସିନାଟୋଙ୍କୁ ୩-୬, ୬-୪, ୬-୩, ୩-୬, ୬-୩ରେ ପରାସ୍ତ କରି ପ୍ରିକ୍ବାର୍ଟରରେ ପହଞ୍ଚିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories