www.samajalive.in
Monday, December 8, 2025
27.1 C
Bhubaneswar

ଫ୍ରେଞ୍ଚ୍ ଓପନ୍ – ଦୈନିକ ହଜାରେ ଲୋକଙ୍କୁ ଅନୁମତି ମିଳିବ

ପ୍ୟାରିସ୍: ଚଳିତମାସ ୨୭ରୁ ଅକ୍ଟୋବର ୧୧ ପର୍ୟ୍ୟନ୍ତ ସ୍ଥାନୀୟ ରୋଲାଣ୍ଡ ଗ୍ୟାରସ୍ ଷ୍ଟାଡିୟମରେ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ୍ ଓପନ୍ ରୋଲାଣ୍ଡ ଗ୍ୟାରସ୍ ଷ୍ଟାଡିୟମରେ ଆୟୋଜନ ହେବ। ଫ୍ରେଞ୍ଚ୍ ଓପନ୍ ବର୍ଷର ୨ୟ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ ଏବଂ ଏହା ମେ’-ଜୁନରେ ଆୟୋଜନ ହୋଇଥାଏ। ତେବେ ଚଳିତବର୍ଷ ଫ୍ରାନ୍ସରେ ମହାମାରୀ କରୋନା ସଂକ୍ରମଣର ମାତ୍ରା ଅଧିକ ଥିବାରୁ ଏହାକୁ ସେପ୍ଟେମ୍ବର ଶେଷ ସପ୍ତାହରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଚଳିତମାସରେ ୟୁଏସ୍ ଓପନ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇସାରିଛି। ୟୁଏସ୍ ଓପନ୍ ବିନା ଦର୍ଶକରେ ଖେଳା ଯାଇଥିବା ବେଳେ ଫ୍ରେଞ୍ଚ୍ ଓପନ୍ ଦେଖିବା ପାଇଁ ଦର୍ଶକଙ୍କୁ ଅନୁମତି ଦେବା ଲାଗି ଆୟୋଜକଙ୍କ ପକ୍ଷରୁ ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ଅନୁରୋଧ କରା ଯାଇଥିଲା।

ଫ୍ରାନ୍ସ ରାଷ୍ଟ୍ରପତି ଜାଁ କାଷ୍ଟେକ୍ସ ଅନୁମତି ଦେଇଛନ୍ତି ଯେ ଏହି ଟୁର୍ଣ୍ଣାମେଣ୍ଟ ସମୟରେ ପ୍ରତ୍ୟହ ଖେଳାଳି, ଅମ୍ପାୟାର, ସପୋର୍ଟ ଷ୍ଟାଫ୍, ଗ୍ରାଉଣ୍ଡ କର୍ମଚାରୀ ଏବଂ ଦର୍ଶକଙ୍କୁ ମିଶାଇ ମୋଟ ୧୦୦୦ଜଣ ରୋଲାଣ୍ଡ ଗ୍ୟାରସକୁ ପ୍ରବେଶ କରିପାରିବେ। ଷ୍ଟାଡିୟମରେ ପ୍ରବେଶ ପୂର୍ବରୁ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ; ସମସ୍ତେ ମାସ୍କ ପିନ୍ଧିବା ଜରୁରୀ ଏବଂ ଶାରୀରିକ ଦୂରତା ରକ୍ଷାକରି ବସିବେ। କୋଭିଡ୍ କଟକଣା ଉଲ୍ଲଙ୍ଘନ କଲେ ସେମାନଙ୍କୁ ଷ୍ଟାଡିୟମରୁ ବାହାର କରି ଦିଆଯିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories