www.samajalive.in
Monday, December 8, 2025
20.1 C
Bhubaneswar

ମହଙ୍ଗା ପଡ଼ିଲା ଅଦାଲତଙ୍କ ସମୟ ନଷ୍ଟ, ତଣ୍ଡ ଗଣିବେ ୨ ଆବେଦନକାରୀ

କଟକ: ଜନସ୍ବାର୍ଥ ମାମଲା ବ୍ୟକ୍ତିଗତ ସ୍ବାର୍ଥ ମାମଲା ନୁହେଁ। ଜନସ୍ବାର୍ଥ ମାମଲାରେ ନିଜ ବ୍ୟକ୍ତିଗତ ସ୍ବାର୍ଥ ଥିବା ମାମଲା ଆବେଦନକାରୀ ଦାୟର କରି ଅଦାଲତଙ୍କ ମୂଲ୍ୟବାନ ସମୟ ନଷ୍ଟ କରିବା ସହିତ ନ୍ୟାୟିକ ପ୍ରକ୍ରିୟାର ଅପବ୍ୟବହାର କରୁଛନ୍ତି। ଏପରି ଦୁଇଟି ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରିବା ସହିତ ଦୁଇ ଆବେଦନକାରୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ନଷ୍ଟ ବାବଦରେ ଜମା କରିବାକୁ ନିର୍ଦେଶ ଦେଇଛନ୍ତି। କୋଭିଡ-୧୯ ଯୋଗୁଁ ସୃଷ୍ଟି ହୋଇଥିିବା ଅସାଧାରଣ ପରିସ୍ଥିତିରେ ଅଦାଲତଙ୍କ ମୂଲ୍ୟବାନ ନ୍ୟାୟିକ ସମୟ ନଷ୍ଟ କରିଥିବାରୁ ଆବେଦନ ଖାରଜ କରାଯିବା ସହିତ ଆବେଦନକାରୀଙ୍କ ଉପରେ ଉଦାହରଣୀୟ ଭାବେ ଏପରି କଷ୍ଟ କରାଯାଇଛି ବୋଲି ମୁଖ୍ୟ ବିିଚାରପତି ଜଷ୍ଟିିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି। ଏହି ୫୦ ହଜାର ଟଙ୍କା ଉଭୟ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟ ବାର୍ ଆସୋସିଏସନ୍ ୱେଲଫେୟାର ଫଣ୍ଡରେ ଜମା କରି ଏ ସଂପର୍କି ରସିଦ ହାଇକୋର୍ଟରେ ତିନି ମାସ ଭିତରେ ଦାଖଲ କରାଯିବ। ଏଥିରେ ଯଦି ଅବହେଳା କରାଯାଏ ତେବେ ଆଇନ ଅନୁସାରେ ଏହି ଅର୍ଥ ଆଦାୟ ପାଇଁ ଆବେଦନକାରୀଙ୍କ ବିରୋଧରେ ପ୍ରକ୍ରିୟା ଅନୁସରଣ କରାଯିବ ବୋଲି ରାୟରେ ସ୍ପଷ୍ଟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଜଗତସିଂହପୁର ବାଲିକୁଦା ତହସିଲ ଅନ୍ତର୍ଗତ ଈଶ୍ବରପୁର ମୌଜାରେ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲମିଟେଡର ଏକ ରିଟେଲ ଆଉଟଲେଟ୍ ଖୋଲିବା ପ୍ରସଂଗରେ ଜିଲାପାଳ ‘ନୋ ଅବଜେକ୍ସନ୍ ସାର୍ଟିଫିକେଟ’ ପ୍ରଦାନ କରିଥିଲେ। ୨୦୨୦, ମାର୍ଚ୍ଚ ୧୯ର ଜିଲାପାଳଙ୍କ ଏହି ନିର୍ଦେଶ କେନ୍ଦ୍ର ସରକାର ଜାରି କରିଥିବା ନିୟମାବଳୀ ଉଲ୍ଲଙ୍ଘନ କରୁଛି ଦର୍ଶାଇ ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories