www.samajalive.in
Monday, December 8, 2025
27.1 C
Bhubaneswar

ସ୍ୱାଧୀନତା ସଂଗ୍ରାମୀ ମଧୁସୂଦନ ପଣ୍ଡାଙ୍କ ପରଲୋକ

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ତଥା ଔପଦା ବ୍ଲକ ଦକ୍ଷିଣନରସିଂହପୁର ପଞ୍ଚାୟତ ବଡ଼ପାଟପୁର ଗାଁର ସ୍ୱାଧୀନତା ସଂଗ୍ରାମୀ ମଧୁସୂଦନ ପଣ୍ଡା (୮୪)ଙ୍କ ପରଲୋକ ଘଟିଛି। ବାଲ୍ୟ ଜୀବନରୁ ସେ ଇଂରେଜ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ଦେଶ ସ୍ୱାଧୀନତାରେ ତାଙ୍କ ଭୂମିକା ଅତୁଳନୀୟ ଥିଲା। ରବିବାର ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସମ୍ପୃକ୍ତ ସଂଗ୍ରାମୀ ଜଣକ ମିଷ୍ଟଭାଷୀ, ମେଳାପି ଓ ପରୋପକାରୀ ବ୍ୟକ୍ତିଭାବେ ପରିଚିତ ଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ନୀଳଗିରି ସହକାରୀ ଜିଲାପାଳ ରାକେଶ ପଣ୍ଡା, ଆଇଆଇସି ନଳିତା ମୋଦି ପ୍ରମୁଖ ପହଞ୍ଚି ରାଷ୍ଟ୍ରୀୟ ସମ୍ମାନ ଜଣାଇଛନ୍ତି। ସେହିପରି ବହୁ ବଦାନ୍ୟ ବ୍ୟକ୍ତି, ପରିବାର ସଦସ୍ୟ, ସମ୍ପର୍କୀୟ ମରଶରୀର ନିକଟରେ ଉପସ୍ଥିତ ରହି ପୁଷ୍ପ ମାଲ୍ୟ ଅର୍ପଣ କରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories