www.samajalive.in
Monday, December 8, 2025
20.1 C
Bhubaneswar

ଓଡ଼ିଶାରେ ପୁଞ୍ଜି ନିବେଶ କରିବ ଫ୍ରାନ୍ସ; ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଫ୍ରାନ୍ସ ରାଷ୍ଟ୍ରଦୂତ

ଭୁବନେଶ୍ବର: ଓଡ଼ିଶାରେ ପୁଞ୍ଜି ନିବେଶ କରିବ ଫ୍ରାନ୍ସ । ଏନେଇ ଶନିବାର ଦିନ ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକଜାଣ୍ଡର ଜିଏଗ୍ଲର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି । ବିଶେଷକରି ହୋଟେଲ, ଇସ୍ପାତ୍, ବୈଦ୍ୟୁତିକ ଉପକରଣ , ଶକ୍ତି ଓ ଅନ୍ୟାନ୍ୟ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ ଫ୍ରାନ୍ସର ବିଭିନ୍ନ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ଆଗାମୀ ନଭେମ୍ବର ମାସରେ ଭୁବନେଶ୍ବରରେ ହେବାକୁ ଥିବା ମେକ୍-ଇନ୍-ଓଡିଶା କନକ୍ଲେଭରେ ଫ୍ରାନ୍ସର ବିଭିନ୍ନ କମ୍ପାନୀ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଓଡିଶାରେ ପ୍ରାନ୍ସ କମ୍ପାନୀ ପୁଞ୍ଜି ନିବେଶ କରିବା ଦ୍ବାରା ଭାରତ ଓ ଫ୍ରାନ୍ସ ମଧ୍ୟରେ ବ୍ୟାପକ ସାମାଜିକ, ଅର୍ଥନୈତିକ ଓ ବାଣିଜ୍ୟିକ  ସମ୍ପର୍କ ସ୍ଥାପିତ ହୋଇପାରିବ । ଓଡିଶା ଏକ ଖଣି ସମୃଦ୍ଧ ରାଜ୍ୟ । ଦେଶର ମୋଟ ଆଲୁମିନିୟମ ଉତ୍ପାନର ୫୪ ପ୍ରତିଶତ ଉତ୍ପାଦନ କରି ଓଡିଶା ଦକ୍ଷିଣ ଏସିଆର ଆଲୁମିନିୟମ କ୍ୟାପିଟାଲ ଭାବେ ପରିଗଣିତ ହେଉଛି । ସେହିପରି ଦେଶର ଇସ୍ପାତ ଉତ୍ପାଦନର ୧୫ ପ୍ରତିଶତ ଓଡିଶାରେ ଉତ୍ପାଦିତ ହେଉଛି ବୋଲି ଆଲୋଚନାରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହ ଏୟାରକ୍ରାପ୍ଟ, ବୈଦ୍ୟୁତିକ ଉପକରଣ, ମେଡିକାଲ ଯାନ୍ତ୍ରିକ ଉପକରଣ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

- Advertisement -

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଓଡିଶାରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ମୁମ୍ବଇ ଓ ପରେ ଦିଲ୍ଲୀରେ ନିବେଶକ ସମ୍ମିଳନୀ ଓ ରୋଡ୍ ସୋ କରିଥିଲେ । ଏଇ ମାସ ଶେଷ ସପ୍ତାହରେ ଚେନ୍ନାଇରେ ମଧ୍ୟ ରୋଡ୍ ସୋ’ ଆୟୋଜନ ହେବ ବୋଲି ସୂଚନା ମିଳିଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories