www.samajalive.in
Monday, December 8, 2025
20.1 C
Bhubaneswar

ମାସୁଦର ସମ୍ପତ୍ତି ଅଚଳ କରିବ ଫ୍ରାନ୍ସ

ଫ୍ରାନ୍ସ: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ ମୁଖ୍ୟ ମାସୁଦ ଆଝାରକୁ ଜାତିସଂଘ ସୁରକ୍ଷା ପରିଷଦରେ ବିଶ୍ଵ ଆତଙ୍କବାଦୀ ଘୋଷଣା କରିବା ଆଗତ ପ୍ରସ୍ତାବକୁ ଚୀନ ବିରୋଧ କରିବା ପରେ ଏହାର ଦୋମୁହାଁ ନୀତି ପଦାରେ ପଡ଼ିଛି। କିନ୍ତୁ ଏହା ପରେ ଫ୍ରାନ୍ସ ନିଜ ଆଡୁ ମାସୁଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି। ମାସୁଦର ସମସ୍ତ ସମ୍ପତ୍ତିକୁ ଅଚଳ କରିବାକୁ ଫ୍ରାନ୍ସ ସରକାର ନିଷ୍ପତ୍ତି ନେଇଛନ୍ତି।

ଫ୍ରାନ୍ସର ଅର୍ଥ ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ ଏହି ସୂଚନା ଦିଆଯାଇଛି। ଦେଶରେ ଥିବା ମାସୁଦଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ସମ୍ପତ୍ତିକୁ ଠାବ କରାଯାଇ ସେଗୁଡ଼ିକୁ ଫ୍ରିଜ କରାଯିବ। ଏଥିସହିତ ଆତଙ୍କବାଦରେ ସମ୍ପୃକ୍ତ ବ୍ୟକ୍ତି ଭାବେ ମାସୁଦକୁ ୟୁରୋପୀୟ ସଂଘ ତାଲିକାଭୁକ୍ତ କରିବାକୁ ଫ୍ରାନ୍ସ ଆଲୋଚନା ଚଳାଇଛି ବୋଲି କୁହାଯାଇଛି।

- Advertisement -

ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ଶହୀଦ ହେବା ପରେ ଜୈଶ-ଏ-ମହମ୍ମଦ(ଜେଇଏମ) ସମେତ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପାକିସ୍ତାନ ଉପରେ ବିଶ୍ଵ ସମୁଦାୟ ପକ୍ଷରୁ ଚାପ ପଡୁଛି। ଆତଙ୍କବାଦ ବିରୋଧରେ ଲଢ଼େଇ ପ୍ରସଙ୍ଗରେ ଫ୍ରାନ୍ସ ସର୍ବଦା ଭାରତ ସହ ରହିଆସିଛି ଏବଂ ଆଗକୁ ମଧ୍ୟ ସମର୍ଥନ କରିବ ବୋଲି କହିଛି। ତେଣୁ ଆମେ ଆମ ୟୁରୋପୀୟ ସଂଘ ସହିତ ଏ ଦିଗରେ ଆଲୋଚନା କରି ମାସୁଦଙ୍କୁ ଆତଙ୍କବାଦ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ବ୍ୟକ୍ତି ତାଲିକାରେ ଯୋଡ଼ିବୁ ବୋଲି ଫ୍ରାନ୍ସ ପକ୍ଷରୁ କୁହାଯାଇଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories