www.samajalive.in
Sunday, December 7, 2025
15.1 C
Bhubaneswar

କଂଗ୍ରେସ ଛାଡିଲେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝି, ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର

ଭୁବନେଶ୍ୱର: ନବରଙ୍ଗପୁରର ପୂର୍ବତନ ସାଂସଦ ତଥା କଂଗ୍ରେସର ଜଣେ ବରିଷ୍ଠ ନେତା ପ୍ରଦୀପ ମାଝି ଶେଷରେ ଦଳ ଛାଡିଛନ୍ତି । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ଏକ ପତ୍ର ଲେଖି ସେ ଇସ୍ତଫା ଦେଇଥିବା ଜଣାଇଛନ୍ତି । ଅତ୍ୟନ୍ତ କଷ୍ଟ ଓ ଦୁଃଖର ସହିତ ସେ ଏଭଳି ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରିଛନ୍ତି । କଂଗ୍ରେସରେ ଏବେ ଜନସେବାର ସୁଯୋଗ ନଥିବାରୁ ସେ ଦଳ ଛାଡୁଥିବା ଉଲ୍ଲେଖ କରିଛନ୍ତି । ସାଧାରଣ ଲୋକଙ୍କ ସେବା କରିବା ଲକ୍ଷ୍ୟ ନେଇ ସେ କଂଗ୍ରେସରେ ଯୋଗଦେଇଥିଲେ । ଦଳ ମଧ୍ୟ ତାଙ୍କୁ ଯଥେଷ୍ଟ ସୁଯୋଗ ଦେଇଛି ଏବଂ ତାଙ୍କୁ ଅନ୍ୟମାନଙ୍କ ଅପେକ୍ଷା ଉଚ୍ଚ ସ୍ଥାନ ପ୍ରଦାନ କରିଛି । ସେ ଦଳ ମଧ୍ୟରେ ଏବଂ ସାଧାରଣ ଲୋକଙ୍କ ଠାରୁ ଯଥେଷ୍ଟ ଭଲପାଇବା ଓ ସମ୍ମାନ ପାଇଚନ୍ତି । କଂଗ୍ରେସର ନେତୃତ୍ୱଙ୍କ ଦ୍ୱାରା ଦଳ ଅତ୍ୟନ୍ତ ଭଲ ଭାବରେ ପରିଚାଳିତ ହେଉଥିଲା, କିନ୍ତୁ ଦଳୀୟ ନିୟମ ମାନୁନଥିବା କିଛି ବ୍ୟକ୍ତି ଦଳର ବିଭିନ୍ନ ସ୍ତରରେ ପଦବୀଗୁଡିକୁ ମାଡିବସିବା ଦ୍ୱାରା ଦଳର ସାଂଗଠନିକ ସ୍ଥିତିରେ କ୍ରମଶଃ ହ୍ରାସ ଘଟିଛି ଏବଂ ସଂପ୍ରତି ଦଳ ପ୍ରାୟତଃ ନିଜର ଭରସାଯୋଗ୍ୟତା ହରାଇ ବସିଛି, ଯାହା ଫେରାଇ ଆଣିବାକୁ ହୁଏତ ଦୀର୍ଘ ସମୟ ଲାଗିପାରେ । ସେ ଜନସାଧାରଣଙ୍କ ସେବା କରିବାକୁ ଚାହୁଁଛନ୍ତି ଏବଂ କଂଗ୍ରେସର ଆଦର୍ଶକୁ ଅନୁସରଣ କରି ଲୋକଙ୍କର ସେବା କରିବେ । ଏହି ଚିଠିର ନକଲ ସେ କଂଗ୍ରେସ ନେତା ରାହୁଳ ଗାନ୍ଧୀ, ଓଡ଼ିଶା କଂଗ୍ରେସ ପ୍ରଭାରୀ ତଥା ସାଂସଦ ଚେଲା କୁମାର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଏଆଇସିସି ସାଧାରଣ ସମ୍ପାଦକ ରୁଦ୍ର ରାଜୁଙ୍କ ନିକଟକୁ ପଠାଇଛନ୍ତି । ସୂଚନାଯୋଗ୍ୟ ଯେ ପ୍ରଦୀପ ମାଝି କଂଗ୍ରେସ ଛାଡିବା ସହିତ ବିଜେଡିରେ ଯୋଗଦେବା ନେଇ ବେଶ୍‍ କିଛିଦିନ ହେଲା ଚର୍ଚ୍ଚା ଚାଲିଥିଲା ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories