www.samajalive.in
Monday, December 8, 2025
27.1 C
Bhubaneswar

ଶେଷରେ ଶଙ୍ଖ ଧରିଲେ ପ୍ରଦୀପ ମାଝୀ

ନବରଙ୍ଗପୁର : ଶେ​ଷରେ‌ ବିଧିବଦ୍ଧ  ଭାବେ ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ନବରଙ୍ଗପୁର ସହର  ମାଝୀଗୁଡାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ନିକଟରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ହସ୍ତ ତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ନବରଙ୍ଗପୁର ସାଂସଦ ରମେଶ ମାଝୀ, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ନବରଙ୍ଗପୁରର ବିଜେଡି ବିଧାୟକ ପ୍ରମୁଖଙ୍କ ଉପସ୍ଥିତିରେ ପ୍ରଦୀପ ମାଝୀ ବିଜେଡିରେ ଯୋଗଦେଇ ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବା ପାଇଁ ମତ ଦେଇଛନ୍ତି ।

ମିଶ୍ରଣ ପୂର୍ବରୁ ପ୍ରଦୀପ ନବରଙ୍ଗପୁର ସହରରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ଚାଉଁରିଆଗୁଡା ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ । ସହର ପରିକ୍ରମା ବେଳେ ପାରମ୍ପରିକ ବାଦ୍ୟ, ଯନ୍ନ ନୃତ୍ୟରେ କମ୍ପିଥିଲା ନବରଙ୍ଗପୁର ସହର । ଏହି ଶୋଭାଯାତ୍ରାରେ ପ୍ରାୟ ୪ ହଜାର ସମର୍ଥକଙ୍କ ସମେତ ନବରଙ୍ଗପୁର, କୋରାପୁଟ, ରାୟଗଡା ଓ ମାଲକାନଗିରି ଜିଲ୍ଲାର ପ୍ରାୟ ୩ ଶହରୁ ଅଧୁକ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ବିଧାୟକ, ବିଧାୟକ ପ୍ରାର୍ଥୀ, ବ୍ଲକ ସଭାପତି,ପଞ୍ଚାୟତସ୍ତରରେ ନେତା ଓ ସାଧାରଣ ଜନତା ସାମିଲ ହୋଇ ବିଜେଡିରେ ମିଶିଥିଲେ। ସହର ପରିକ୍ରମା ବେଳେ ପ୍ରଦୀପ ମାଝୀଙ୍କୁ ବିଭିନ୍ନ ସ୍ଥାନରେ ସ୍ବାଗତ ସମ୍ବର୍ଦ୍ଧନା ଦେବା ସହ ସାଧାରଣ ଲୋକେ ନିଜର ସମର୍ଥନ ଜଣାଇଥିଲେ । ସେଠାରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟମାନେ ପ୍ରଦୀପଙ୍କୁ ବିପୁଳ ସ୍ବାଗତ କରିଥିଲେ ।

- Advertisement -
ପରେ ଗଣମାଧ୍ୟମ ସହ ଆଲୋଚନା କରି ପ୍ରଦୀପ କହିଛନ୍ତି, ଲୋକଙ୍କ ସେବା ପାଇଁ ସେ ବିଜେଡି ସହ ଆସିଛନ୍ତି । ଆମର ଲକ୍ଷ୍ୟ ଆଗାମୀ ଦିନରେ ଦକ୍ଷିଣ ଓଡିଶାର ପୁରା ବିକାଶ ସହ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ରାୟଗଡାର କିଭଳି ଦ୍ରୁତ ବିକାଶ ହୋଇପାରିବ ସେନେଇ ସରକାରୀ ଦଳ ସହ ମିଶି ବାକୁ ନିଷ୍ପତ୍ତି ନେଲୁ । ଦଳ ଆମକୁ ଭରସା କରିଛି । ଆମେ ମଧ୍ୟ ଦକ୍ଷିଣ ଓଡିଶାକୁ ବିଜେଡିର ଗଡ ଭାବେ ପରିଣତ କରିବୁ ବୋଲି ପ୍ରଦୀପ କହିଛନ୍ତି । ସାମୁହିକ ଭାବେ ନିଷ୍ପତ୍ତି ନେଇ ସେ ତାଙ୍କ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି ବୋଲି କହିଛନ୍ତି। ସେହିପରି ପୂର୍ବରୁ ଲୋକମାନଙ୍କ ପାଇଁ କାମ କରୁଥିଲେ ଏବଂ ଏବେ ମଧ୍ୟ କାମ ଜାରି ରଖିବେ ବୋଲି ସେ ମତ ଦେଇଛନ୍ତି।

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories