www.samajalive.in
Thursday, December 11, 2025
23.1 C
Bhubaneswar

ଫୋବର୍ସ ଧନୀ ତାଲିକା: ମୁକେଶ ଅମ୍ବାନୀ ଦେଶର ସବୁଠୁ ଧନୀ, ସମ୍ପତ୍ତି ୮୮.୭ ବିଲିଅନ ଡ଼ଲାର

ସମ୍ମାନଜନକ ଫୋର୍ବସ୍ ପତ୍ରିକା ୨୦୨୦ ମସିହା ପାଇଁ ଭାରତର ଧନୀ ବ୍ୟକ୍ତିମାନଙ୍କ ତାଲିକା ପ୍ରକାଶ ପାଇଛି । ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କ୍ରମାଗତ ତ୍ରୟୋଦଶ ବର୍ଷ ପାଇଁ ଦେଶର ଶ୍ରେଷ୍ଠ ଧନୀ ଭାବରେ ଚିହ୍ନିତ ହୋଇଛନ୍ତି। ଫୋର୍ବସ୍ କହିଛି ଯେ ସେପ୍ଟେମ୍ବର ୧୮ ର ଷ୍ଟକ୍ ମୂଲ୍ୟ ଏବଂ ବିନିମୟ ମୂଲ୍ୟ ଉପରେ ଆଧାର କରି ନିଟ୍ ଧନ ଗଣନା କରାଯାଇଛି ।

- Advertisement -

ମୁକେଶଙ୍କ ସମ୍ପତ୍ତି ୮୮.୭ ବିଲିଅନ ଡ଼ଲାର

ଫୋର୍ବସ୍ ଅନୁଯାୟୀ ମୁକେଶ ଅମ୍ବାନୀଙ୍କ ସର୍ବଶେଷ ନିଟ୍ ସମ୍ପତ୍ତି୮୮.୭ ବିଲିୟନ ଡ଼ଲାର୍ ବୋଲି ଆକଳନ କରାଯାଇଛି। ରିଲାଏନ୍ସ ଗ୍ରୁପ୍ କମ୍ପାନୀ ଜିଓ ପ୍ଲାଟଫର୍ମ ଏବଂ ରିଲାଏନ୍ସ ରିଟେଲରେ ବିଶ୍ୱ ପୁଞ୍ଜି ବିନିଯୋଗ ହେତୁ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ବୃଦ୍ଧି ପାଇଛି। ଫେସବୁକ୍, ଗୁଗଲ୍, କେକେଆର୍, ସିଲଭର ଲେକ୍ ଏବଂ ମୁବାଡଲା ଭଳି ଗ୍ଲୋବାଲ୍ କମ୍ପାନୀଗୁଡିକ ଚଳିତ ବର୍ଷ ଜିଓ ପ୍ଲାଟଫର୍ମ ଏବଂ ରିଲାଏନ୍ସ ରିଟେଲରେ ବିନିଯୋଗ କରିଛନ୍ତି।

ଦ୍ବିତୀୟ ସ୍ଥାନରେ ଗୌତମ ଆଦାନୀ

ଚଳିତ ବର୍ଷ ଦେଶର ଦ୍ବିତୀୟ ଧନୀ ଭାବରେ ଚିହ୍ନିତ ହୋଇଛନ୍ତି ଆଦାନୀ ଗ୍ରୁପର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଗୌତମ ଆଦାନୀ ।ଗୌତମ ଆଦାନୀଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୨୫.୨ ବିଲିଅନ ଡ଼ଲାର । ଏଚସିଏଲ୍ ଟେକନୋଲୋଜିର ଶିବ ନାଦର ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି । ତାଙ୍କର ସମ୍ପତ୍ତି ୨୦.୪ ବିଲିଅନ ଡ଼ଲାର ହେବ ବୋଲି ଫୋବର୍ସରେ ଉଲ୍ଲେଖ ରହିଛି ।

 ପୁନାୱାଲା ସମ୍ପତ୍ତିରେ ସର୍ବାଧିକ ବୃଦ୍ଧି 

କୋଭିଡ -୧୯ ଟିକା ପ୍ରସ୍ତୁତିରେ ଦେଶରେ ଅଗ୍ରଣୀ ରହିଥିବା ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ସାଇରସ୍ ପୁନାୱାଲାଙ୍କର ସମ୍ପତ୍ତିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ।  ପୁନାୱାଲାଙ୍କ ମୋଟ ସମ୍ପତ୍ତି ୧୧.୫ ବିଲିୟନ ଡ଼ଲାର ବୋଲି ଆକଳନ କରାଯାଇଛି।  ଏହାଦ୍ୱାରା ପୁନାୱାଲା ଦେଶର ଶ୍ରେଷ୍ଠ ୧୦ ଧନୀଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ।

୧୦୦ ଧନୀଙ୍କର ସମ୍ପତ୍ତି ୫୧୭.୫ ବିଲିୟନ ଡ଼ଲାର ବୃଦ୍ଧି 

ଫୋର୍ବସ୍ ଅନୁଯାୟୀ, ଦେଶର ଶ୍ରେଷ୍ଠ୧୦୦ ଧନୀଙ୍କ ସମ୍ପତ୍ତି ୨୦୧୯ ସୁଦ୍ଧା ୧୪% ପ୍ରତିଶତ ଅର୍ଥାତ ୫୧୭.୫ ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛି। ସରକାର କର୍ପୋରେଟ ଟିକସ ହ୍ରାସ କରିବା ଦ୍ବାରା ଏହି ଧନୀ ଲୋକମାନେ ଆହୁରି ଧନୀ ହୋଇଛନ୍ତି ଏବଂ ସେମାନଙ୍କ ନିଟ୍ ସମ୍ପତ୍ତି ବୃଦ୍ଧି ଘଟିଛି ।

୫୦ ବ୍ୟବସାୟୀଙ୍କ ନିଟ୍ ସମ୍ପତ୍ତି ବୃଦ୍ଧି 

ଫୋବର୍ସର ଇଣ୍ଡିଆ ରିଚ୍ ତାଲିକା୨୦୨୦ ଅନୁଯାୟୀ, ଚଳିତ ବର୍ଷ୫୦ ବ୍ୟବସାୟୀଙ୍କ ନିଟ୍ ସମ୍ପତ୍ତି ବୃଦ୍ଧି ପାଇଛି। ଏଥି ସହିତ, ୩୫ ବ୍ୟବସାୟୀଙ୍କ ନିଟ୍ ଧନ ହ୍ରାସ ହୋଇଥିବା ରେକର୍ଡ କରାଯାଇଛି। ୩ ବ୍ୟବସାୟୀଙ୍କ ନିଟ୍ ସମ୍ପତ୍ତିରେ କୌଣସି ପରିବର୍ତ୍ତନ ନାହିଁ | ଦେଶର ୯ ବ୍ୟବସାୟୀ ପ୍ରଥମ ଥର ପାଇଁ ଏହି ତାଲିକାରେ ଯୋଗ ଦେଇଛନ୍ତି |

ଶ୍ରେଷ୍ଠ ୧୦୦ ଧନୀଙ୍କ ମଧ୍ୟରେ କେବଳ ୩ ମହିଳା

ଫୋର୍ବସ୍ ଇଣ୍ଡିଆ ରିଚ୍ ତାଲିକା ୨୦୨୦ ର ଶ୍ରେଷ୍ଠ ୧୦୦ ଧନୀମାନଙ୍କ ମଧ୍ୟରେ କେବଳ ତିନିଜଣ ମହିଳା ଅଛନ୍ତି | ଓପି ଜିନ୍ଦଲ ଗ୍ରୁପର ସାବିତ୍ରୀ ଜିନ୍ଦଲ ୬.୫ ବିଲିୟନ ଡଲାରର ସମ୍ପତ୍ତି ସହିତ ୧୯ ତମ ସ୍ଥାନରେ ଅଛନ୍ତି। ତାଙ୍କ ପଛରେ ବାୟୋକନର କିରଣ ମଜୁମଦାର ଖାଁ ଅଛନ୍ତି। କିରଣଙ୍କର ୪.୬ ବିଲିୟନ ଡ଼ଲାରର ସମ୍ପତ୍ତି ଅଛି ଓ ସେ ୨୭ ତମ ସ୍ଥାନରେ ରହିଛନ୍ତି | ଫାର୍ମା କମ୍ପାନୀ ୟୁଏସଭି ( USV )ର ଲୀନା ତିୱାରୀ ୩ ବିଲିୟନ ଡଲାରର ସମ୍ପତ୍ତି ସହିତ ୪୭ ତମ ସ୍ଥାନରେ ଅଛନ୍ତି ।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories