www.samajalive.in
Sunday, December 7, 2025
15.1 C
Bhubaneswar

ରାତିରେ ଉତ୍ତମ ନିଦ ପାଇଁ ଇଚ୍ଛୁକ କି? ଜାଣି ରଖନ୍ତୁ ..

ବର୍ତ୍ତମାନ ସମୟରେ ବ୍ୟସ୍ତବହୁଳ ଜୀବନଶୈଳୀ କାରଣରୁ ବିଳମ୍ବରେ ଶୋଇବା ଓ ସକାଳେ ବିଳମ୍ବରେ ଉଠିବା ଅଧିକାଂଶ ଲୋକଙ୍କ ଅଭ୍ୟାସରେ ଏହା ପରିଣତ ହୋଇଥିବା ଦେଖାଯାଉଛି। ଶୋଇବାର କିଛି ସମୟ ପୂର୍ବରୁ ରାତ୍ରି ଭୋଜନ କରିଥାଆନ୍ତି। ଯାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ। ଶୋଇବାର ୨ ଘଣ୍ଟା କିମ୍ବା ୧ ଘଣ୍ଟା ପୂର୍ବରୁ ଭୋଜନ କରିବା ଆବଶ୍ୟକ। ନଚେତ୍‌‌ ଏହି ବଦଅଭ୍ୟାସ ଅନେକ ରୋଗର କାରଣ ସାଜିଥାଏ। ତେବେ ଏଭଳି କେତେକ ଖାଦ୍ୟ ବିଷୟରେ ଜାଣନ୍ତୁ, ଯାହାକୁ ରାତିରେ ସେବନ କରିବା ଉଚିତ୍‌‌ ନୁହେଁ..

ଶୋଇବା ପୂର୍ବରୁ ଚା’ କିମ୍ବା କଫିର ଆଦୌ ସେବନ କରନ୍ତୁ ନାହିଁ। ଏଥିରେ ଥିବା କାଫେନ କାରଣରୁ ନିଦରେ ପ୍ରଭାବ ପକାଇଥାଏ। ଏହାସହ ଆଇସକ୍ରିମ, କେତେକ ମିଠା ଓ ଚକୋଳେଟ୍‌‌ରେ ମଧ୍ୟ କାଫେନ୍‌‌ ରହିଥାଏ। ଉତ୍ତମ ନିଦ ପାଇଁ ରାତିରେ କାଫେନ୍‌‌ ଯୁକ୍ତ ଖାଦ୍ୟ ଜିନିଷ ଠାରୁ ନିଜକୁ ଦୂରେଇ ରଖନ୍ତୁ।

- Advertisement -

ରାତିରେ ଶୋଇବା ପୂର୍ବରୁ ଖଟା ଯୁକ୍ତ ଫଳର ସେବନ କରିବା ଉଚିତ୍‌‌ ନୁହେଁ। ଫଳ ରସ, କଞ୍ଚା ପିଆଜ, ଟମାଟୋ ଚଟଣି ଆଦି ଖାଦ୍ୟକୁ ରାତିରେ ସେବନ କରିବା ଉଚିତ ନୁହେଁ।

ରାତିରେ ସର୍ବଦା ହାଲୁକା ଖାଦ୍ୟ ଖାଇବା ଉଚିତ୍‌‌। ରାତିରେ ଅଧିକ ଭୋଜନ କରିବା ଦ୍ୱାରା ପାଚନ ତନ୍ତ୍ର ସହ ନିଦ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ। ଏହାସହ ଆବଶ୍ୟକତା ଠାରୁ ଅଧିକ ଭୋଜନ କରିବା ଦ୍ୱାରା ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏହି କାରଣରୁ ରାତିରେ ଛଣାଛଣି, ବର୍ଗର, ଚିପ୍ସ ଆଦି ଜିନିଷ ଖାଆନ୍ତୁ ନାହିଁ।

ରାତିରେ ତରଳ ପଦାର୍ଥର ଅଧିକ ସେବନ କରନ୍ତୁ ନାହିଁ। ରାତି ସମୟରେ ତରଭୂଜ, କାକୁଡି ଆଦି ଖାଆନ୍ତୁ ନାହିଁ। ଅଧିକ ପରିମାଣରେ ପାଣି ମଧ୍ୟ ପିଅନ୍ତୁ ନାହିଁ।

ରାତିରେ ଶୋଇବା ପୂର୍ବରୁ କୌଣସି ନିଶା ଜିନିଷର ଆଦୌ ସେବନ କରନ୍ତୁ ନାହିଁ। ଏହା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇବା ସହ ଘୁଙ୍ଗୁଡି ସମସ୍ୟା ମଧ୍ୟ ଅଧିକ ହୋଇଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories