www.samajalive.in
Sunday, December 7, 2025
26.1 C
Bhubaneswar

ଖବର କାଗଜରେ ଖାଦ୍ୟ ରଖି ଖାଉଥିଲେ ସାବଧାନ..

ଅଧିକାଂଶ ସମୟରେ ଦେଖାଯାଏ ବାହାର ଖାଦ୍ୟ ବିଶେଷ କରି ଛଣାଛଣି ଖାଦ୍ୟ କିଣିବା ସମୟରେ ଏହାକୁ ସାଧାରଣତଃ ଖବର କାଗଜରେ ପ୍ୟାକିଙ୍ଗ୍‌‌ କରି ଦିଆଯାଏ। ଏହାସହ ଖବର କାଗଜରେ ରଖି ଅନେକ ସମୟରେ ଲୋକେ ବିଭିନ୍ନ ପ୍ରକାର ଖାଦ୍ୟ ମଧ୍ୟ ଖାଇଥାଆନ୍ତି। ତେବେ ସ୍ୱାସ୍ଥ୍ୟ ଉପରେ ଏହା କି ପ୍ରଭାବ ପକାଏ,ତାହା ହୁଏତ ଜାଣିନଥିବେ। ଖାଦ୍ୟ ଦ୍ରବ୍ୟକୁ ଖବର କାଗଜରେ ଗୁଡାଇବା ଅନୁଚିତ। ବେଳେବେଳେ ତେଲରେ ଛଣା ଯାଇଥିବା ଖାଦ୍ୟରୁ ତେଲ ନିର୍ଗତ କରିବା ପାଇଁ ତାକୁ କାଗଜରେ ଗୁଡାଇ ରଖାଯାଇଥାଏ। ଏପରି କରିବା ମଧ୍ୟ ଅନୁଚିତ। ଖବର କାଗଜରେ ଖାଦ୍ୟଦ୍ରବ୍ୟ ଗୁଡାଇ ରଖି ଖାଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ। ଏହାଦ୍ବାରା କର୍କଟ ଭଳି ରୋଗ ହେବାର ସମ୍ଭାବନା ରହିଥାଏ। ଏହାସହ ପେଟ ଦରଜ, ଉଚ୍ଚ ରକ୍ତଚାପ ପରି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ପିଲା ଓ ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ଏପରି ସମସ୍ୟା ଅଧିକ ରହିଥାଏ।

ଖବର କାଗଜ ଛପା ହେବା ପାଇଁ ବ୍ୟବହାର କରାଯାଉଥିବା କାଳୀରେ ଅନେକ କ୍ଷତିକାରକ ତତ୍ତ୍ବ ରହିଛି। ଏହା ଶରୀର ପାଇଁ ହାନିକାରକ ଅଟେ। କାଳୀର ଅଳ୍ପ କିଛି ମାତ୍ରା ଆମ ଶରୀର ସଂସ୍ପର୍ଶରେ ଆସିବା ଦ୍ବାରା କର୍କଟ ରୋଗ ପରି ସମସ୍ୟା ସୃଷ୍ଟି କରିଥାଏ।

- Advertisement -

ଅଧିକାଂଶ ସମୟରେ ଗରମ ଖାଦ୍ୟକୁ ଖବରକାଗଜରେ ରଖି ଏହାକୁ ସେବନ କଲେ ଯକୃତ କର୍କଟ ହେବାର ସମ୍ଭାବନା ରହିଥାଏ।

ଯଦି ଖାଦ୍ୟକୁ ଦୀର୍ଘ ସମୟ ଧରି ଖବରକାଗଜରେ ରଖାଯାଏ ଏବଂ ଏହାକୁ ଖାଆନ୍ତି, ତେବେ ଏହାର କାଳୀରେ ଥିବା ରାସାୟନିକ ପଦାର୍ଥ ଯୋଗୁଁ ଏହା ଫୁସଫୁସ କର୍କଟ ସୃଷ୍ଟି କରିପାରେ।

ପାଚନ କ୍ରିୟାରେ ସମସ୍ୟା : ଖବର କାଗଜରେ ଖାଦ୍ୟଦ୍ରବ୍ୟ ରଖି ଖାଇବା ଦ୍ବାରା ପାଚନ କ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ। ଖବର କାଗଜରେ ବ୍ୟବହୃତ କାଳୀରେ ଥିବା କେମିକାଲ କାରଣରୁ ଏହି ସମସ୍ୟା ହୋଇଥାଏ। ଏହାଦ୍ବାରା ଶରୀରରେ ଅନେକ ରୋଗ ମଧ୍ୟ ହୋଇଥାଏ।

ହରମୋନ ଅସନ୍ତୁଳନ ହୋଇଥାଏ : ଖବର କାଗଜରେ ଖାଦ୍ୟଦ୍ରବ୍ୟ ଖାଇବା ଦ୍ବାରା ଶରୀରକୁ କ୍ଷତି ପହଞ୍ଚିଥାଏ। କାଗଜର କାଳୀରେ ଏପରି କ୍ଷତିକାରକ କେମିକାଲ ରହିଛି ଯାହା ଆମ ଶରୀରର ହରମୋନକୁ ପ୍ରଭାବିତ କରିଥାଏ। ସେହି କେମିକାଲ ଶରୀର ସଂସ୍ପର୍ଶରେ ଆସିବା ଦ୍ବାରା ହରମୋନ ଅସନ୍ତୁଳନ ହୋଇଥାଏ। ଏହାଦ୍ବାରା ଅନେକ ରୋଗ ଖୁବ ଶୀଘ୍ର ଆମ ଶରୀରକୁ ପ୍ରବେଶ କରିଥାଏ।

ଖବର କାଗଜରେ ବ୍ୟବହୃତ କାଳୀ ଶୀଘ୍ର ଶୁଖିବା ପାଇଁ ଅନେକ ପ୍ରକାର କେମିକାଲ ବ୍ୟବହୃତ କରାଯାଇଥାଏ। ସେହି କେମିକାଲ ଖାଦ୍ୟରେ ଶୀଘ୍ର ଲାଗିଯାଇଥାଏ। ଖାଦ୍ୟ ଆମ ପେଟ ନିକଟକୁ ପହଞ୍ଚିବା ମାତ୍ରେ କେମିକାଲ ମଧ୍ୟ ପହଞ୍ଚିଥାଏ। ସେହି କେମିକାଲ ଯୁକ୍ତ ଖାଦ୍ୟ ଆମ ଶରୀରରେ ପହଞ୍ଚି ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ।

 

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories