www.samajalive.in
Tuesday, December 9, 2025
16.1 C
Bhubaneswar

ବାହାରେ ବୁଲୁଥିବା ପଶୁଙ୍କୁ ଖାଦ୍ୟ ଯୋଗାଇବ ବିଏମସି

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମଣ ଜନିତ ରାସ୍ତାରେ ବୁଲୁଥିବା ପଶୁମାନେ ଖାଇବାକୁ ନ ପାଇ କଷ୍ଟରେ ଥିବା ବେଳେ ସେହି ଅସୁବିଧାକୁ ଦୂର କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ଆସନ୍ତାକାଲିଠାରୁ (ଏପ୍ରିଲ ୧) ବୁଲା କୁକୁର, ଷଣ୍ଢ ଏବଂ ଗାଈମାନଙ୍କୁ ଖାଇବାକୁ ଦେବାକୁ ଯୋଜନା କରିଛନ୍ତି।ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ଲକଡାଉନ୍ ବଳବତ୍ତର ଥିବା ଯାଏଁ ଏହି ପଦକ୍ଷେପ ଜାରି ରହିବ। ଏହା କରୋନା ମହାମାରୀ ସମୟରେ ବାହାରେ ବୁଲୁଥିବା ପ୍ରାଣୀମାନଙ୍କୁ ଖାଦ୍ୟାଭାବ ଦୂର କରିପାରିବ।

ଏଥିପାଇଁ ବିଏମସି ଡେପୁଟି କମିଶନର ଶ୍ୟାମ ସୁନ୍ଦର ସେଠୀଙ୍କ ସୂଚନା ମୁତାବକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି। ବୁଲା କୁକୁର, ଷଣ୍ଢ ଏବଂ ଗାଈମାନଙ୍କ ପାଇଁ ପ୍ରତିଦିନ ୨୦ ହଜାର ଟଙ୍କା ମୂଲ୍ୟର ଖାଦ୍ୟ ଯୋଗାଇ ଦିଆଯିବ। ସମ୍ଭାବ୍ୟ ଆକଳନ ଅନୁଯାୟୀ ପ୍ରତିଦିନ ବୁଲା କୁକୁରଙ୍କ ପାଇଁ ୧୨ ହଜାର ଏବଂ ଗୋ ସମ୍ପଦ ପାଇଁ ୮ ହଜାର ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସେହି ପ୍ରାଣୀଙ୍କ ଖାଦ୍ୟ ପାଇଁ ୩ ଲକ୍ଷ ୬୦ ହଜାର ଟଙ୍କା ପ୍ରଦାନ କରିଛି।

- Advertisement -

ଏହି କାର୍ଯ୍ୟରେ ବିଏମସି ପ୍ରାଣୀ ଚିକିତ୍ସକ, ଅଧିକାରୀ ଏବଂ କର୍ମଚାରୀ ଏବଂ ପଶୁ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ଏନଜିଓ ସାମିଲ ରହିବେ। ଅନ୍ୟ ପକ୍ଷରେ ଏହି କାର୍ଯ୍ୟରେ ଭାଗ ନେବାକୁ ଇଚ୍ଛା କରୁଥିବା କୌଣସି ସଂସ୍ଥା ସିଧାସଳଖ ପଶୁମାନଙ୍କୁ ଖାଦ୍ୟ ବଣ୍ଟନ କରିପାରିବେ ନାହିଁ। ସେମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଚାହିଁଲେ ବିଏମସି ଡେପୁଟି କମିଶନରଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories