www.samajalive.in
Tuesday, December 9, 2025
17.1 C
Bhubaneswar

ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ପ୍ରବଳ ଥଣ୍ଡା : ଘନକୁହୁଡ଼ି ଯୋଗୁଁ ରେଳ ଏବଂ ବିମାନ ସେବା ପ୍ରଭାବିତ

ନୂଆଦିଲ୍ଲୀ : ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ଶୀତ ଲହରୀ ଅବ୍ୟାହତ ରହିଛି । ଗୁରୁବାର ରାଜଧାନୀ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୫.୮ଡିଗ୍ରୀ ସେଲ୍‍ସିୟସରେ ପହଞ୍ଚିଥିବା ବେଳେ ପ୍ରବଳ ଶୀତ ଅନୁଭବ ହୋଇଥିଲା । ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଆସନ୍ତା ୨୪ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା ୧୭ଡିଗ୍ରୀ ସେଲ୍‍ସିୟସ୍‍ ପାଖାପାଖି ରହିବ। ଦିଲ୍ଲୀରେ ମଧ୍ୟ ଆଜି ପ୍ରବଳ ଘନକୁହୁଡ଼ି ପରିଲକ୍ଷିତ ହୋଇଛି। ଏଥିଯୋଗୁଁ ୨୫ରୁ ଅଧିକ ଟ୍ରେନ୍‍ ଦୁଇ ଘଣ୍ଟାରୁ ୬ ଘଣ୍ଟା ବିଳମ୍ବରେ ଯାତ୍ରା କରୁଥିବା ଜଣାପଡ଼ିଛି। ଆଦ୍ରର୍ତା ସ୍ତର ୯୭ପ୍ରତିଶତ ରେକର୍ଡ କରାଯାଇଛି।

ତେଣୁ ବାୟୁ ମାନକ ମଧ୍ୟ ଅତ୍ୟନ୍ତ ଖରାପ ସ୍ତରର ରହିଥିବା ଜଣାପଡ଼ିଛି । ଉତ୍ତରପ୍ରଦେଶରେ ଅତ୍ୟଧିକ ଶୀତଲହରୀ ପ୍ରବାହିତ ହେବା ସହ ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ଯୋଗୁଁ ରେଳ ଏବଂ ଗମନାଗମନ ସେବା ପ୍ରଭାବିତ ହେଉଛି । କେତେକ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୧୦ରୁ ୧୬ ଡିଗ୍ରୀ ସେଲ୍‍ସିୟସ୍‍ ମଧ୍ୟରେ ରହିଛି । ଥଣ୍ଡା ପବନ ବହୁଥିବାରୁ ପରିସ୍ଥିତି ଜଟିଳ ହେବାରେ ଲାଗିଛି ।

- Advertisement -
Representational Image

ଅନ୍ୟ ପକ୍ଷରେ ରାଜ୍ୟରେ ଗୁରୁବାର କୋହଲା ପାଖ ସହ ଥଣ୍ଡା ଅନୁଭୂତ ହେଉଛି । କେତେକ ସ୍ଥାନ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ଅନୁଗୋଳ ଠାରେ ସର୍ବାଧିକ ୩ ମିମି. ବର୍ଷା ରେକର୍ଡ କରାଯାଇଛି । ଆଗକୁ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସୁନ୍ଦରଗଡଠାରେ ୧୧ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । ଅନୁଗୋଳରେ ତାପମାତ୍ରା ୧୨.୬ ଡ଼ିଗ୍ରୀ ସେଲସିୟସକୁ ଖସିଥିବାବେଳେ ଫୁଲବାଣୀରେ ୧୩, କେନ୍ଦୁଝରରେ ୧୩.୪  ଓ ଟିଟିଲାଗଡ଼ରେ ୧୩.୫ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି ।
ଶୁକ୍ରବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଅନୁଭୂତ ହେବାର ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ଉପକୂଳ ଓଡ଼ିଶା ସମେତ ସୁନ୍ଦରଗଡ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ମୟୁରଭଞ୍ଜ, ପୁରୀ,କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡିର ସମ୍ଭାବନା ରହିଛି ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories