www.samajalive.in
Monday, December 8, 2025
27.1 C
Bhubaneswar

ସରକାରୀ ସଂସ୍ଥାକୁ ଟିକଟ ଦେବନି ଏୟାର ଇଣ୍ଡିଆ, ୨୬୮ କୋଟି ବକେୟା

ନୂଆଦିଲ୍ଲୀ: କ୍ଷତିରେ ଚାଲୁଥିବା ସରକାରୀ ବିମାନ ପରିଚାଳନା ସଂସ୍ଥା ଏୟାର ଇଣ୍ଡିଆ ପ୍ରଥମ ଥରପାଇଁ ସରକାରୀ ସଂସ୍ଥା ମାନଙ୍କୁ ଟିକଟ ଦେବାପାଇଁ ମନାକରିଛି। ଏୟାର ଇଣ୍ଡିଆ କହିଛି ଯେଉଁ ସରକାରୀ ସଂସ୍ଥା ମାନଙ୍କର ବକେୟା ପରିମାଣ ୧୦ ଲକ୍ଷ ଟଙ୍କାରୁ ଅଧିକ ସେମାନଙ୍କୁ ଆଉ ଟିକଟ ମିଳିବନି,ଯେଉଁ ପର୍ଯ୍ୟନ୍ତ ସେମାନେ ବକେୟା ଅର୍ଥ ପୈଠ ନକରିଛନ୍ତି। ଏୟାର ଇଣ୍ଡିଆର ସୂଚନା ଅନୁସାରେ ବିଭିନ୍ନ ସରକାରୀ ସଂସ୍ଥାର ପ୍ରାୟ ୨୬୮ କୋଟି ଟଙ୍କା ବାକି ରଖିଛନ୍ତି।
ଏୟାର ଇଣ୍ଡିଆର ଜଣେ କର୍ମଚାରୀ କହିଛନ୍ତି କମ୍ପାନି ପ୍ରଥମଥର ପାଇଁ ବକେୟା ଅର୍ଥ ପ୍ରଦାନରେ ଖିଲାପ କରିଥିବା ସରକାରୀ ସଂସ୍ଥା ମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଛି । ଏହି ତାଲିକା ସାରା ଦେଶ ପାଇଁ କରାଯାଇଛି। ଏହି ତାଲିକାରେ କେଉଁ ସରକାରୀ ସଂସ୍ଥାର କେତେ ବକେୟା ଅର୍ଥ ରହିଛି ତାହା ଉଲ୍ଲେଖ କରାଯାଇଛି। ଏହି ତାଲିକା ଆଧାରରେ ସେହି ସରକାରୀ ସଂସ୍ଥାମାନଙ୍କୁ କେବଳ ନଗଦ ଅର୍ଥ ମାଧ୍ୟମରେ ଟିକଟ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।
ଏକ ଇଂରାଜୀ ଖବର କାଗଜ ତଥ୍ୟ ଅନୁସାରେ ଏୟାର ଇଣ୍ତିଆର ବକେୟା ଅର୍ଥ ରଖିଥିବା ସରକାରୀ ସଂସ୍ଥା ତାଲିକାରେ ସିବିଆଇ,ଆଇବି,ଇଡି,କଷ୍ଟମ ବିଭାଗ, କେନ୍ଦ୍ରୀୟ ଶ୍ରମ ସଂସ୍ଥାନ, ଇଣ୍ଡିଆନ ଅଡିଟ ବୋର୍ଡ, କଣ୍ଟ୍ରୋଲର ଅଫ ଡିଫେନ୍ସ ଆକାଉଣ୍ଟସ ଏବଂ ସୀମା ସୁରକ୍ଷା ବଳ ରହିଛନ୍ତି।

- Advertisement -

ସରକାରୀ ସଂସ୍ଥାର ଅଫିସରମାନେ ସରକାରୀ କାର୍ଯ୍ୟରେ ଯାତ୍ରା ସମୟରେ ଏୟାର ଇଣ୍ଡିଆକୁ ପ୍ରଥମ ପସନ୍ଦ ଭାବେ ଚୟନ କରିଥାନ୍ତି। ସରକାରୀ ସଂସ୍ଥାର ଅଫିସରମାନେ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ୟ୍ୟ ପାଇଁ ଯାତ୍ରା ସମୟରେ ଟିକଟ ଅର୍ଥ ପୈଠ କରିନଥାନ୍ତି। ଯାତ୍ରା ପରେ ଏୟାର ଇଣ୍ଡିଆକୁ ଟିକଟ ଅର୍ଥ ପୈଠ କରିଥାନ୍ତି ସଂପୃକ୍ତ ସରକାରୀ ସଂସ୍ଥା। ଯାହା ବକେୟା ଆକାରରେ ରହିଥାଏ। ଯାହା ବର୍ତ୍ତମାନ ୨୬୮ କୋଟି ଟଙ୍କାରେ ପହଞ୍ଚିଛି।
ଏୟାର ଇଣ୍ଡିଆ ପ୍ରବକ୍ତା କହିଛନ୍ତି ଯେ‘ସରକାରୀ ସଂସ୍ଥା ମାନଙ୍କଠାରୁ ପ୍ରାୟ ୫୦ କୋଟି ଆଦାୟ ହୋଇସାରିଛି।’ କିନ୍ତୁ ଆହୁରୀ ବହୁ ପରିମାଣର ଅର୍ଥ ବକେୟା ରହିଛି। ସରକାରୀ ସଂସ୍ଥା ମାନଙ୍କଠାରୁ ଟଙ୍କା ଆଦାୟ କରିବାପାଇଁ ବହୁତ ସମୟ ଲାଗିଥାଏ କାରଣ ସେମାନଙ୍କୁ ଡରାଇ କିମ୍ବା ଧମକାଇ ବକେୟା ଅର୍ଥ ଆଦାୟ କରିହୁଏ ନାହିଁ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories