www.samajalive.in
Monday, December 8, 2025
27.1 C
Bhubaneswar

ଉତ୍ତର ଭାରତରେ ବର୍ଷା ପ୍ରଳୟ: ୩୦ ମୃତ, ଡଜ୍ଜନରୁ ଊର୍ଦ୍ଧ୍ଵ ନିଖୋଜ

ନୂଆଦିଲ୍ଲୀ: ଉତ୍ତର ଭାରତରେ ବର୍ଷା ପ୍ରଳୟ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁ ଜାମ୍ମୁ-କାଶ୍ମୀର, ପଞ୍ଜାବ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ପ୍ରଳୟଙ୍କରୀ ବନ୍ୟା ସୃଷ୍ଟି ହୋଇଛି। ବିଶେଷକରି ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବର୍ଷା ଯୋଗୁ ଅନେକ ସ୍ଥାନରେ ଭୂ-ସ୍ଖଳନ ଘଟିଛି। ବର୍ତ୍ତମାନ ସୁଦ୍ଧା ୩୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଡଜ୍ଜନରୁ ଊର୍ଦ୍ଧ୍ଵ ଲୋକ ନିଖୋଜ ରହିଛନ୍ତି। କେବଳ ହିମାଚଳ ପ୍ରଦେଶରେ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଅନ୍ୟପଟେ ଅବିରତ ପ୍ରବଳ ବର୍ଷା ଯୋଗୁ ଯମୁନା ନଦୀର ଜଳପତ୍ତନ ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀ ହରିୟାଣା, ପଞ୍ଜାବ ଏବଂ ଉତ୍ତର ପ୍ରଦେଶରେ ବନ୍ୟା ଆଶଙ୍କା କରାଯାଇ ସତର୍କ ସୂଚନା ଜାରି କରାଯାଇଛି। ହିମାଳୟ ବେଲ୍‌ଟରେ ବର୍ଷା ଲାଗି ରହିଥିବାରୁ ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ବହୁମାତ୍ରାରେ ପ୍ରଭାବିତ ହୋଇଛି। ଏହି ଦୁଇ ରାଜ୍ୟରେ ଥିବା ବିଦ୍ୟୁତ ପ୍ରକଳ୍ପଗୁଡ଼ିକ ବନ୍ଦ ରହିଥିବାବେଳେ ଡ୍ୟାମରୁ ପ୍ରଚୂର ବନ୍ୟାଜଳ ନିଷ୍କାସନ ଜାରି ରହିଛି।

- Advertisement -

ଉତ୍ତରାଖଣ୍ଡରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ପଞ୍ଜାବର ଆଓଲ ଗ୍ରାମରେ ଏକ ଘର ଛାତ ଭୁଶୁଡ଼ି ପଡ଼ିବାର ଏକ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀରେ ବନ୍ୟା ସତର୍କତା ଜାରି କରାଯାଇଥିବାବେଳେ ପୁଲିସ ତଳିଆ ଅଞ୍ଚଳବାସୀଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଛି। ରବିବାର ଯମୁନା ନଦୀର ଜଳସ୍ତର ବିପଦସଙ୍କେତ(୨୦୫.୩୩ ମିଟର) ନିକଟତର ରହିଥିଲା। ରବିବାର ସନ୍ଧ୍ୟାରେ ଯମୁନା ଜଳସ୍ତର ୨୦୩.୩୭ ମିଟର ରହିଥିଲା ବେଳେ ସୋମବାର ସୁଦ୍ଧା ଏହା ବିପଦସଙ୍କେତ ଅତିକ୍ରମ କରି ୨୦୭ ମିଟରରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories