www.samajalive.in
Tuesday, December 9, 2025
16.1 C
Bhubaneswar

ଫ୍ଲିପ୍‍କାର୍ଟ ଗ୍ରୀଡ୍‍ ରୋବୋଟିକ୍ସ ଚ୍ୟାଲେଞ୍ଜରେ ଦ୍ବିତୀୟ ପର୍ଯ୍ୟାୟରେ ସୋଆ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ

ଭୁବନେଶ୍ୱର : କରୋନା ମହାମାରୀର ମୁକାବିଲା ପାଇଁ ସାରା ବିଶ୍ୱ ଯୁଦ୍ଧରେ ବ୍ୟସ୍ତ ଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‍ଡ ଟୁ ବି ୟୁନିଭର୍ସିଟି)ର ୫ ଜଣ ଛାତ୍ରଛାତ୍ରୀ ସାଉଁଟିଛନ୍ତି ସଫଳତା। ଫ୍ଲିପ୍‍କାର୍ଟ ଗ୍ରୀଡ୍‍ ୨.୦ ରୋବୋଟିକ୍ସ ଚ୍ୟାଲେଞ୍ଜରେ ଲେବଲ୍‍ ଟୁ ରେପହଂଚି ପାରିଛନ୍ତି। ଆଇଆଇଟି ଏବଂ ଏନ୍‍ଆଇଟି ବ୍ୟତିତ ଓଡ଼ିଶାର ଅନ୍ୟତମ ଟିମ୍‍ ଭାବେ ସୋଆର ଛାତ୍ରଛାତ୍ରୀମାନେ ଏହି ଯୋଗ୍ୟତା ହାସଲ କରିଛନ୍ତି।


ସାରା ଦେଶର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ସମେତ ଆଇଆଇଟି ଏବଂ ଏନ୍‍ଆଇଟି ଭଳି ବୈଷୟିକ ଅନୁଷ୍ଠାନ ସହ ପ୍ରତିଯୋଗିତା କରି
ଉଚ୍ଚକୋଟୀର ଉତ୍କର୍ଷତା ପ୍ରତିପାଦନ କରିଛନ୍ତି ଏହି ଛାତ୍ରଛାତ୍ରୀ। ଏହି ଗ୍ରୁପ୍‍ ସିସ୍କୋ ଥିଙ୍କବାଟର ଷ୍ଟାର୍ଟଅପ୍‍ ଟ୍ରାକ୍‍ ପ୍ରୋଗ୍ରାମରେ ମଧ୍ୟ ଯୋଗ୍ୟବିବେଚିତ ହୋଇଥିବା ବେଳେ ଡ୍ରୋନ୍‍ ସଫ୍ଟୱେୟାର ମାର୍କେଟ୍‍ରେ ମଧ୍ୟ ପ୍ରବେଶ କରିବା ନିମନ୍ତେ ପ୍ରସ୍ତୁତ ରହିବାକୁ ସୂଚାଇ ଦିଆଯାଇଥିବା ସୂଚନା ଦେଇଛନ୍ତି ସୋଆ ପରିଚାଳିତ ଇନ୍‍ଷ୍ଟିଚ୍ୟୁଟ୍‍ ଅପ୍‍ ଟେକ୍ନିକାଲ୍‍ ଏଜୁକେସନ୍‍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‍)ର କର୍ପୋରେଟ୍‍ ଏନ୍‍ଗେଜ୍‍ମେଂଟ, ଟ୍ରେନିଂ ଏବଂ ପ୍ଲେସ୍‍ମେଂଟର ମୁଖ୍ୟ ପ୍ରଫେସର ସୁଜିତ ଦାସ।
କମ୍ପ୍ୟୁଟର୍‍ ସାଇନ୍ସ ବିଭାଗର୨୦୨୧ ପାସ୍‍ଆଉଟ୍‍ ବ୍ୟାଚ୍‍ର ଏହି ପାଂଚ ଜଣିଆ ଟିମ୍‍ ଦୃଷ୍ଟାନ୍ତମୂଳକ ଗବେଷଣା ସହ ଶିଳ୍ପ ଏବଂ ଗ୍ରାହକ ବଜାର କ୍ଷେତ୍ରରେ ଅନେକ ବିକାଶମୂଳକ ପ୍ରୋଜେକ୍ଟ କୁ ନେଇ କାର୍ଯ୍ୟ କରିଥିବା ପ୍ରଫେସର ଦାସ କହିଛନ୍ତି।
ଜୀବିତେଶ ଦେବତା, ଅରୁଣ କୁମାର ମହାନ୍ତି, ମନୋସିନି ଦାସ, ମହମ୍ମଦ ଆଜମଲ୍‍ ଏବଂ ଅଂଶୁମାନ୍‍ ପଣ୍ଡାଙ୍କୁ ନେଇ ଏହି ଟିମ୍‍ ଗଠିତହୋଇଥିବା ବେଳେ କରୋନା ଲକ୍‍ଡାଉନ୍‍ ସମୟରେ ସାମାଜିକ ଦୂରତା ରକ୍ଷା କରି ସମୟର ସଦୁପଯୋଗ କରି ତାଙ୍କର ପ୍ରୋଜେକ୍ଟ ଉପରେ ମନୋନିବେଶ କରିଛନ୍ତି ବୋଲି ପ୍ରଫେସର ଦାସ କହିଛନ୍ତି। ସେମାନଙ୍କର ଏହି ପ୍ରୋଜେକ୍ଟକୁ ନେଇ ବିଶ୍ୱବିଦ୍ୟାଳୟ ଏବଂ ଫ୍ୟାକଲ୍ଟି ମେମ୍ବର୍‍ମାନଙ୍କର ସହଯୋଗ ଥିବା ଏହି ଛାତ୍ରଛାତ୍ରୀମାନେ କହିଛନ୍ତି।
ରୋବୋଟିକ୍ସ, ୱେବ୍‍ ଆପ୍ସ ଅଥବା ଆର୍ଟିଫିସିଆଲ୍‍ ଇଂଟେଲିଜେନ୍ସ ଡେଭଲପ୍‍ମେଂଟ ଠାରୁ ଆରମ୍ଭ କରି ସାମାନ୍ୟ ସ୍ମାର୍ଟ ବଲ୍‍ବର ସମସ୍ୟାକୁ ଆମ ଟିମ୍‍ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଏହାର ସମାଧାନ କରିପାରିବ ବୋଲି ଟିମ୍‍ର ସଦସ୍ୟ ଜୀବିତେଶ ଦେବତା କହିଛନ୍ତି। ଆମ କ୍ୟାରିୟର୍‍ ଏବଂ ଜୀବନରେ ଖୁବ୍‍ ଭଲ ଅଭିଜ୍ଞତା ହାସଲ କରିଛୁ ବୋଲି ସେ କହିଛନ୍ତି।
ଏହି ଟିମ୍‍ରେ ଆନ୍ତର୍ଜାତିକ ସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଜଣେ ଡ୍ରୋନ୍‍ ପାଇଲଟ୍‍ ଅଛନ୍ତି ଯିଏକି ଆର୍ଟିଫିସିଆଲ୍‍
ଇଂଟେଲିଜେନ୍‍ସ୍‍ କ୍ଷେତ୍ରରେ ମଧ୍ୟ ବେଶ୍‍ ଅଭିଜ୍ଞ ବୋଲି ପ୍ରଫେସର ଦାସ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories