www.samajalive.in
Monday, December 8, 2025
27.1 C
Bhubaneswar

ସମ୍ବେଦନଶୀଳ ଅଞ୍ଚଳରେ ଲାଞ୍ଜିଗଡ଼ ପୁଲିସର ଫ୍ଲାଗମାର୍ଚ୍ଚ

ଲାଞ୍ଜିଗଡ: ଲାଞ୍ଜିଗଡ ଥାନା ପୁଲିସ ପକ୍ଷରୁ ସମ୍ବେଦନଶୀଳ ଅଞ୍ଚଳରେ ରବିବାର ଫ୍ଲାଗମାର୍ଚ୍ଚ କରାଯାଇଛି। ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ ସହର ସମେତ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ୍ କରାଯାଉଥିବାବେଳେ ରବିବାର ଲାଞ୍ଜିଗଡ ଶିଳ୍ପାଞ୍ଚଳଠାରୁ ବସନ୍ତପଡା ଗ୍ରାମ ପର୍ଯ୍ୟନ୍ତ ଫ୍ଲାଗମାର୍ଚ୍ଚ କରାଯାଇଛି । ରାଜ୍ୟ ନିର୍ବାଚନ କମିଶନର, କଳାହାଣ୍ଡି ଜିଲାପାଳ ଏବଂ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ ଅନୁଯାୟୀ ଲାଞ୍ଜିଗଡ ଥାନାଧିକାରୀ ବିଜୟଲକ୍ଷ୍ମୀ ହିକକାଙ୍କ ନେତୃତ୍ବରେ ତ୍ରିଲୋଚନପୁର ସିଆରପିଏଫର ୨ ପ୍ଲାଟୁନ କେନ୍ଦ୍ରୀୟ ସୁରକ୍ଷା ବଳ ସହିତ ଲାଞ୍ଜିଗଡ଼ ଥାନା ଏସଆଇ ଲିଙ୍ଗରାଜ ସେଠୀ, ଏସଆଇ ସ୍ଵର୍ଣ୍ଣଲତା ଗମାଙ୍ଗ, ଏସଆଇ ମାଝୀ ଗମାଙ୍ଗଙ୍କ ସମେତ ଥାନା ପୁଲିସ କର୍ମଚାରୀମାନେ ଏହି ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଥିଲେ । ଆଗାମୀ ମେ’ ମାସ ୧୩ ତାରିଖରେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭୋଟଗ୍ରହଣ ହେବ। ନିର୍ବାଚନ ସମୟରେ ଓ ପୂର୍ବରୁ ଆଦର୍ଶ ଆଚରଣବିଧି ପାଳନ ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବା ଓ ଲୋକଙ୍କ ମନରୁ ଭୟ ଦୂର କରି ପୁଲିସ ଉପରେ ଆସ୍ଥା ପ୍ରକଟ ଉଦେଶ୍ୟରେ ଏହି ଫ୍ଲାଗମାର୍ଚ୍ଚ କରାଯାଉଛି ବୋଲି ଥାନାଧିକାରୀ ବିଜୟଲକ୍ଷ୍ମୀ ହିକକା ପ୍ରକାଶ କରିଛନ୍ତି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories