କାଲିମେଳା: ବୁଧବାର ଭୋର ସମୟରେ ମାଲକାନଗିରି ଜିଲ୍ଲା କାଲିମେଳା ବଜାର ଉପରେ ଥିବା ବିଜୟଲକ୍ଷ୍ମୀ ଫ୍ୟାନସି ଷ୍ଟୋରରେ ଭୟାଭୟ ଅଗ୍ନିକାଣ୍ଡ ଯୋଗୁ ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ପରେ ସ୍ଥାନୀୟ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଦମକଳ ବାହିନୀ ଆସିଲା ବେଳକୁ ଦୋକାନ ଭିତରେ ଥିବା ସବୁ ଜିନିଷପତ୍ର ଗୁଡିକ ଜଳୁଥିଲା। ଅଗ୍ନିକାଣ୍ଡର ଭୟାଭୟତା ଏତେ ପ୍ରଚଣ୍ଡ ଥିଲା ଯେ ନିଆଁକୁ ଆୟତ କରିବା ପାଇଁ କାଲିମେଳା ଅଗ୍ନିଶମ କର୍ମଚାରୀମାନଙ୍କୁ ନାକେଦମ ହେବାକୁ ପଡିଥିଲା। ଦୋକାନ ମାଲିକ ସତ୍ୟନାରାୟଣ ସୁବୁଦ୍ଧି (ମୁନା) ଦୋକାନ ଭିତରେ ନିଜ ପରିବାର ସହ ରହି ଆସୁଥିଲେ ମଧ୍ୟ ଅଗ୍ନିକାଣ୍ଡ ଦିନ କେହି ନ ଥିଲେ।
ଏହି ଅଗ୍ନିକାଣ୍ଡରେ ପ୍ରାୟ ୮ରୁ ୧୦ଲକ୍ଷ ଟଙ୍କାର ଊର୍ଦ୍ଧ୍ବ ଷ୍ଟେସନାରୀ ଜିନିଷ ପୋଡ଼ି ଯାଇଥିବାବେଳେ ଘର ଭିତରେ ଥିବା ଏକ ଆଲମାରୀରେ ଥିବା ଲକ୍ଷାଧିକ ନଗଦ ଟଂକା ଓ ସୁନାରୁପା, ସାର୍ଟିଫିକେଟ ଓ ଅନ୍ୟାନ୍ୟ କାଗଜପତ୍ର ସହ ଘରର ଅନ୍ୟାନ୍ୟ ଆସବାବପତ୍ର ଗୁଡିକ ମଧ୍ୟ ପୋଡି ନଷ୍ଟ ହୋଇଯାଇଛି।



