www.samajalive.in
Monday, December 8, 2025
27.1 C
Bhubaneswar

କଟକ ବିଏସ୍‌ଏନ୍‌ଏଲ୍‌ ଅଫିସରେ ଭୟାବହ ଅଗ୍ନିକାଣ୍ଡ

କଟକ: ବଜ୍ରକବାଟୀସ୍ଥିତ ବିଏସ୍‌ଏନ୍‌ଏଲ୍‌ ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ତାଙ୍କର ଯନ୍ତ୍ରାଂଶ ପୋଡିଯିବା ସହ ୩ଟି ଜିଲ୍ଲାରେ ବିଏସ୍‌ଏନ୍‌ଏଲର ସମସ୍ତ ସେବା ବ୍ୟାହତ ହୋଇଛି। ଆଜି ଦିନ ୧୨ଟା ୩୦ମିନିଟ ସମୟରେ ବଜ୍ରକବାଟୀସ୍ଥିତ ବିଏସ୍‌ଏନ୍‌ଏଲ୍‌ ଅଫିସର ଚତୁର୍ଥ ମହଲାରେ ହଠାତ ଅଗ୍ନିକାଣ୍ଡ ସୃଷ୍ଟି ହେବା ସହ ଉଭୟ ତୃତୀୟ ଓ ଚତୁର୍ଥ ମହଲା ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ୩ଟି ଗାଡି ପହଂଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଦିନ ୨ଟା ସୁଦ୍ଧା ନିଆଁ ଆୟତ୍ତ ହୋଇଥିଲେ ମଧ୍ୟ ଚତୁର୍ଥ ମହଲାରୁ ଧୂଆଁ ନିର୍ଗତ ହେଉଛି। ସେହି ମହଲାରେ କାର୍ଯ୍ୟ କରୁଥିବା ୬୦ ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି। ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇଥିବା ଖବର ଏ ଯାଏଁ ମିଳିନାହିଁ।

ଇଲେକ୍ଟ୍ରିକ ସଟ ସର୍କିଟ ଯୋଗୁ ଏଭଳି ଘଟିଥିବା ପ୍ରାଥମିକ ଭାବେ କୁହାଯାଇଛି। ତେବେ ଚତୁର୍ଥ ମହଲାରେ ସମସ୍ତ ଉପକରଣ ପୋଡି ଯାଇଥିବାରୁ କଟକ ସମେତ ସାଲେପୁର, ଜଗତସିଂହପୁର, ପାରାଦୀପ, କେନ୍ଦ୍ରାପଡା, ଆଠଗଡ଼ ଓ ଧାନମଣ୍ଡଳ ପ୍ରଭୃତି ଅଂଚଳରେ ବିଏସ୍‌ଏନ୍‌ଏଲର ଲ୍ୟାଣ୍ଡ ଲାଇନ, ମୋବାଇଲ, ବ୍ରଡ଼ବ୍ୟାଣ୍ଡ, ଫାଇବର ଅପ୍ଟିକାଲ ଏବଂ ଡାଟା ଲାଇନ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଏହି ସେବା ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରାୟ ୧୦ରୁ ୧୫ଦିନ ଲାଗିବ ବୋଲି ଜଣାପଡିଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories