ମୁମ୍ବଇ: ‘ମି ଠୁ’ ଅଭିଯୋଗରେ ଛନ୍ଦି ହୋଇ ଯାଇଥିବା ଅଭିନେତା ଆଲୋକନାଥଙ୍କ ବିରୋଧରେ ମୁମ୍ବଇ ପୁଲିସ ବଳାତ୍କାର ମାମଲା ରୁଜୁ କରିଛି। ଲେଖିକା ବିନିତା ନନ୍ଦଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି। ଗଣମାଧ୍ୟମରେ ବିବୃତ୍ତି ଦେବାରୁ ବିନିତା ନନ୍ଦଙ୍କୁ ବାରଣ କରିବା ପାଇଁ ଆଲୋକନାଥଙ୍କ ପତ୍ନୀ କରିଥିବା ଆବେଦନକୁ ମୁମ୍ବାଇ ସେସନ୍ କୋର୍ଟ ଖାରଜ କରିଦେଇଥିଲେ। ଆଲୋକନାଥ ମଧ୍ୟ ବିନିତାଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି। ସୂଚନାଯୋଗ୍ୟ, ଆଲୋକନାଥଙ୍କ ବିରୋଧରେ ଲେଖିକା ପ୍ରଯୋଜିକା ବିନିତା ନନ୍ଦ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଆଲୋକନାଥ ଲିଖିତ କ୍ଷମାପ୍ରାର୍ଥନା ସହିତ ୧ ଟଙ୍କାର କ୍ଷତିପୂରଣ ଦେବା ପାଇଁ ବିନିତା ଆବେଦନ କରିଛନ୍ତି।



