www.samajalive.in
Tuesday, December 9, 2025
16.1 C
Bhubaneswar

ହେଜବୁଲ୍ଲାର ୧୦୦୦ରୁ ଅଧିକ ରକେଟ ଲଞ୍ଚର ଧ୍ବଂସ କଲା ଇସ୍ରାଏଲ

ଜେରୁଜେଲମ: ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ। ଇସ୍ରାଏଲ ଏବଂ ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ମଧ୍ୟରେ ରବିବାର ଭୋରୁ ଲଢ଼େଇ ଆରମ୍ଭ ହୋଇଯାଇଛି। ଲେବାନନରୁ ହେଜବୁଲ୍ଲା ପକ୍ଷରୁ ଇସ୍ରାଏଲ ଉପରେ ସକାଳୁ ୩୦୦ରୁ ଅଧିକ ରକେଟ ମାଡ଼ କରାଯାଇଛି। ଏହାର କଡ଼ା ଜବାବ ଦେଇଛି ଇସ୍ରାଏଲ। ହେଜବୁଲ୍ଲାର ରକେଟ୍‌ ମାଡ଼କୁ ପ୍ରତିହତ କରିବା ଲାଗି ଇସ୍ରାଏଲ ବାୟୁସେନା ପକ୍ଷରୁ ଏୟାରଷ୍ଟ୍ରାଇକ କରାଯାଇଛି। ୧୦୦ରୁ ଅଧିକ ଯୁଦ୍ଧ ବିମାନ ଆକାଶମାର୍ଗରୁ ହେଜବୁଲ୍ଲା ରକେଟ ଲଞ୍ଚରଗୁଡ଼ିକୁ ଧ୍ବଂସ କରିଦେଇଛନ୍ତି।

ଭୋର ସମୟରେ ହେଜବୁଲ୍ଲା ପକ୍ଷରୁ ଲେବାନନରୁ ପ୍ରଥମେ ଇସ୍ରାଏଲ ଉପରେ ରକେଟ୍‌ ମାଡ଼ କରାଯାଇଥିଲା। ଏହା ପରେ ଇସ୍ରାଏଲ ଦକ୍ଷିଣ ଲେବାନନ ଉପରେ ଏୟାରଷ୍ଟ୍ରାଇକ କରିଥିଲା। ଏହି ଅଞ୍ଚଳରୁ ଆତଙ୍କବାଦ କାର୍ଯ୍ୟକଳାପ ବିସ୍ତାର କରୁଥିବା ହେଜବୁଲ୍ଲାର ୧ ହଜାରରୁ ଅଧିକ ରକେଟ ଲଞ୍ଚରକୁ ଇସ୍ରାଏଲି ଯୁଦ୍ଧ ବିମାନ ଧ୍ବଂସ କରିଦେଇଥିଲେ ବୋଲି ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି।

- Advertisement -

ଏହି ଛୋଟିଆ ଆକ୍ରମଣ ଆଗକୁ ବଡ଼ ଯୁଦ୍ଧର ରୂପ ନେବା ଆଶଙ୍କା ପ୍ରକାଶ ପାଇଛି। ଗତ ମାସରେ ଇରାନରେ ହେଜବୁଲ୍ଲା କମାଣ୍ଡରଙ୍କୁ ହତ୍ୟା କରାଯିବା ପରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଅଗଷ୍ଟ ପ୍ରଥମ ସପ୍ତାହରେ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଇରାନ ଏହାର ସେନାକୁ ନିର୍ଦେଶ ଦେଇଥିଲା। ତେବେ ଏହା ମଧ୍ୟରେ ହେଜବୁଲ୍ଲା ପକ୍ଷରୁ ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଛି। ସେପଟେ ହମାନ ଆତଙ୍କବାଦୀ ସଂଗଠନ ବି ଇସ୍ରାଏଲକୁ ଟାର୍ଗେଟ କରିଆସୁଛି। ହେଜବୁଲ୍ଲା ଏବଂ ହମାସ ଆତଙ୍କୀ ସଂଗଠନ ଇରାନ ସମର୍ଥନରେ ପରିଚାଳିତ ହେଉଥିବାରୁ ଇରାନ ଯୁଦ୍ଧକୁ ଓହ୍ଲାଇପାରେ। ଏହା ହେଲେ ଇସ୍ରାଏଲ ସମର୍ଥନରେ ଆମେରିକା ଯୁଦ୍ଧ କ୍ଷେତ୍ରକୁ ଆସିଲେ ପରିସ୍ଥିତି ଭୟାବହ ହେବାର ଆଶଙ୍କା ପ୍ରକାଶ ପାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories