www.samajalive.in
Monday, December 8, 2025
27.1 C
Bhubaneswar

ଫିଫା ମାନ୍ୟତା : ଫ୍ରାନ୍‌ସକୁ ପଛରେ ପକାଇ ଶୀର୍ଷରେ ଆର୍ଜେଣ୍ଟିନା

ନୂଆଦିଲ୍ଲୀ  : ବିଶ୍ବ ବିଜେତା ଆର୍ଜେଣ୍ଟିନା ଫିଫା ପୁରୁଷ ଫୁଟବଲ ମାନ୍ୟତାର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସଦ୍ୟ ପ୍ରକାଶିତ ଫିଫା ମାନ୍ୟତାରେ ଆର୍ଜେଣ୍ଟିନା ଫ୍ରାନ୍‌ସକୁ ପଛରେ ପକାଇ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଆର୍ଜେଣ୍ଟିନା ଫିଫା ବିଶ୍ବକପ-୨୦୨୬ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚରେ ୧-୦ ଗୋଲରେ ଇ​‌େ​‌କ୍ବଡର ଓ ୩-୦ ଗୋଲରେ ବଲିଭିଆକୁ ପରାସ୍ତ କରିବା ପରେ ୧୮୪୩.୭୩ ପଏଣ୍ଟ ସହ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ଶୀର୍ଷ ସ୍ଥାନରେ ରହିଥିବା ଫ୍ରାନ୍‌ସ ବନ୍ଧୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ମ୍ୟାଚରେ ଜର୍ମାନୀ ନିକଟରୁ ୧-୨ ଗୋଲରେ ପରାଜିତ ହେବା ପରେ ୧୮୪୩.୫୪ ପଏଣ୍ଟ ସହ ଦ୍ବିତୀୟ ସ୍ଥାନକୁ ଖସି ଆସିଛି। ଅନ୍ୟମାନଙ୍କ ମଧ୍ୟରେ ବ୍ରାଜିଲ ୩ୟ, ଇଂଲଣ୍ଡ ୪ର୍ଥ, ବେଲଜିୟମ ୫ମ, କ୍ରୋଏସିଆ ୬ଷ୍ଠ, ନେଦରଲାଣ୍ଡ୍‌ସ ୭ମ, ପର୍ତ୍ତୁଗାଲ ୮ମ ଓ ଇଟାଲି ୯ମ ସ୍ଥାନରେ ରହିଛି। ସେହିପରି ଅଷ୍ଟ୍ରିଆ ୨୫, ହଙ୍ଗେରୀ ୩୨ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଭାରତ ଏସୀୟ କ୍ରୀଡ଼ାରେ ଚୀନ୍‌ ନିକଟରୁ ପରାଜୟ ପରେ ମଧ୍ୟ ୯୯ତମ ସ୍ଥାନରେ ରହିଛି। ସେହିପରି ଭାରତୀୟ ମହିଳା ଫୁଟବଲ ଦଳ ୬୧ତମ ସ୍ଥାନରେ ରହିଛି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories