www.samajalive.in
Monday, December 8, 2025
27.1 C
Bhubaneswar

ସିଡିଏ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ପୁଣି ଏକ ବର୍ଷ ବୃଦ୍ଧି

କଟକ  : ସିଡ଼ିଏ ଅଧ୍ୟକ୍ଷ ତଥା ବରିଷ୍ଠ ପ୍ରଶାସକ ଅନିଲ କୁମାର ସାମଲଙ୍କ କାର୍ଯ୍ୟକାଳ ରାଜ୍ୟ ସରକାର ପୁଣି ଏକ ବର୍ଷ ବୃଦ୍ଧି କରିଛନ୍ତି। କଟକ ବଡ଼ଡାକ୍ତରଖାନାର ନବୀକରଣ, ଅତ୍ୟାଧୁନିକ କଟକ ନେତାଜୀ ବସ୍‌‌ ଟର୍ମିନାଲ ନିର୍ମାଣ, ତାଳଦଣ୍ଡା କେନାଲ ଏବଂ ରାସ୍ତା ସମ୍ପ୍ରସାରଣ, ରିଂ-ବନ୍ଧ ସମ୍ପ୍ରସାରଣ, ମା’ କଟକ ଚଣ୍ଡୀ ମନ୍ଦିରର ବିକାଶ, ରିଭରଫ୍ରଣ୍ଟ ସମେତ କଟକ ସହରାଞ୍ଚଳର ବିକାଶ ସମେତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଭଳି ସହରର ଅନେକ ପ୍ରମୁଖ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ସିଡ଼ିଏର ଅଧ୍ୟକ୍ଷ ଭାବେ ଶ୍ରୀ ସାମଲ ଏହିସବୁ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ନିକଟରେ ବହୁ ପ୍ରତୀକ୍ଷିତ କଟକ ନେତାଜୀ ବସ୍‌‌ ଟର୍ମିନାଲ ମୁଖ୍ୟମନ୍ତ୍ରୀଙ୍କ ଲୋକାର୍ପିତ ହୋଇ ସିଡ଼ିଏ ଦ୍ୱାରା ପରିଚାଳିତ ହେଉଛି।
ସେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଥିଲାବେଳେ କଟକ ବଡ଼ଡାକ୍ତରଖାନା ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ଏବଂ ବସ୍ତିବାସୀଙ୍କୁ ଥଇଥାନ କରିବା ପରେ ଏହି କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିଥିଲା। ଶ୍ରୀ ସାମଲଙ୍କ କାର୍ଯ୍ୟକାଳ ଚଳିତମାସରେ ଶେଷ ହେଉଥିଲା ବେଳେ ସହରର ଅନେକ ରୂପାନ୍ତରଣ ପ୍ରକଳ୍ପର କାର୍ଯ୍ୟାନ୍ୱୟନକୁ ଦୃଷ୍ଟିରେ ରଖି ସରକାର ତାଙ୍କର କାର୍ଯ୍ୟକାଳ ଆଉ ଗୋଟିଏ ବର୍ଷ ବଢାଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories