www.samajalive.in
Monday, December 8, 2025
27.1 C
Bhubaneswar

ଟ୍ରେନରେ ଯୁବତୀଙ୍କୁ ଅସଦାଚରଣ: ପ୍ରଶାସନକୁ ଟ୍ୱିଟ୍‍ କରିବା ସତ୍ତ୍ବେ ଘଣ୍ଟାଏ ଯାଏ ମିଳିଲାନି ସାହାଯ୍ୟ

ଆଲିଗଡ଼: ଡେରାଡୁନ୍‍ରୁ ଆହ୍ଲାବାଦ ଯାଉଥିବା ସଙ୍ଗମ ଏକ୍ସପ୍ରେସ୍‍ ଟ୍ରେନରେ ରବିବାର ରାତିରେ ୪ ଜଣ ନିଶାସକ୍ତ ଯୁବକ ମୁରାଦାବାଦର ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ଯୁବତୀ ଜଣକ ଘଟଣା ବିଷୟରେ ନିଜର ଜଣେ ସମ୍ପର୍କୀୟଙ୍କୁ ଜଣାଇଥିଲେ ଓ ସେ ଟ୍ୱିଟର୍‍ ଜରିଆରେ ପ୍ରଧାନମନ୍ତ୍ରୀ, ରେଳ ମନ୍ତ୍ରୀଙ୍କ ସମେତ ରେଳ ପ୍ରଶାସନଙ୍କୁ ଏ ବିଷୟରେ ଅଭିଯୋଗ କରି ସାହାଯ୍ୟ ଲୋଡ଼ିଥିଲେ। ମାତ୍ର ୧ ଘଣ୍ଟା ପର୍ଯ୍ୟନ୍ତ କେହି ଏଥିପ୍ରତି ଧ୍ୟାନ ଦେଇ ନଥିଲେ ଏବଂ ତାଙ୍କୁ କୌଣସି ଉତ୍ତର କିମ୍ବା ସାହାଯ୍ୟ ମିଳି ନଥିଲା। ଦୀର୍ଘ ସମୟ ପରେ ଲକ୍ଷ୍ନୌ ଡିଆରଏମ(ଡିଭିଜନାଲ୍‍ ରେଲୱେ ମ୍ୟାନେଜର) ସେହି ଟ୍ୱିଟ୍‍କୁ ଫର୍‍ୱାର୍ଡ଼ କରିଥିଲେ ଓ ତା’ପରେ ଅଧିକାରୀଙ୍କ ମଧ୍ୟରେ ଚଞ୍ଚଳତା ଦେଖା ଦେଇଥିଲା। ଏହାପରେ ଟୁଣ୍ଡଲା ଜିଆରପି ଯୁବତୀଙ୍କୁ ଉଦ୍ଧାର କରି ଘଟଣା ବିଷୟରେ ପଚରାଉଚରା କରିଥିଲେ।

- Advertisement -

ମୁରାଦାବାଦ ଜିଲା ନିବାସୀ ପୀଡ଼ିତାଙ୍କ କହିବାନୁସାରେ, ସେ ଲକ୍ଷ୍ନୌ ଯିବା ପାଇଁ ସଙ୍ଗମ ଏକ୍ସପ୍ରେସ୍‍ ଟ୍ରେନର ସାଧାରଣ ବଗିରେ ଚଢିଥିଲେ। ସେହି ବଗିରେ ୪ ଜଣ ଯୁବକ ଥିଲେ ଓ ସେମାନେ ମଦ୍ୟ ପାନ କରି ନିଶାସକ୍ତ ଥିଲେ। ଟ୍ରେନରେ ସେମାନେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଯୁବତୀ ଜଣକ ଏହାର ବିରୋଧ କରିବା ଦ୍ୱାରା ସେମାନେ ତାଙ୍କୁ ଅସଦାଚରଣ କରିବା ଆରମ୍ଭ କରିଥିଲେ। ଏହାପରେ ସେ ଏହି ଘଟଣା ବିଷୟରେ ମୁରାଦାବାଦରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଜଣାଇଥିଲେ ଓ ସେ ଟ୍ୱିଟ୍‍ କରି ପ୍ରଶାସନର ସାହାଯ୍ୟ ଲୋଡ଼ିଥିଲେ। କିନ୍ତୁ ଘଣ୍ଟାଏ ପର୍ଯ୍ୟନ୍ତ କୌଣସି ଉତ୍ତର କିମ୍ବା ସାହାଯ୍ୟ ନ ପାଇ ବାଧ୍ୟ ହୋଇ ଯୁବତୀ ରାତି ୧୧.୩୦ ସମୟରେ ଆଲିଗଡ଼ ଜଙ୍କ୍‍ସନ୍‌ରେ ଓହ୍ଲାଇ ଅନ୍ୟ ଏକ ଟ୍ରେନରେ ଚଢି ଲକ୍ଷ୍ନୌ ଅଭିମୁଖେ ଯାଇଥିଲେ।

ଅନ୍ୟପକ୍ଷରେ ଆଲିଗଡ଼ ଆରପିଏଫ୍‍ ଓ ଜିଆରପି ଅଧିକାରୀ କହିଛନ୍ତି ଯେ, ଏପର୍ଯ୍ୟନ୍ତ କୌଣସି ବି ଥାନାରେ ଏହି ଘଟଣା ସଂକ୍ରାନ୍ତୀୟ ଅଭିଯୋଗ ହୋଇନାହିଁ। ଯଦି ଯୁବତୀ ଜଣକ ଆଲିଗଡ଼ ଜଙ୍କ୍‍ସନ୍‌ରେ ହିଁ ଅଭିଯୋଗ କରି ଦେଇଥାଆନ୍ତେ ତେବେ ଏହିଠାରେ ଦୁର୍ବୃତ୍ତମାନଙ୍କୁ କାବୁ କରି ନିଆ ହୋଇଥାଆନ୍ତା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories