ଅନୁଗୁଳ: ଅନୁଗୁଳ ଜିଲା କିଶୋର ନଗର ବ୍ଲକ ଟକବା ଗାଁରେ ବଜ୍ରାଘାତରେ ବାପପୁଅଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ବଜ୍ରାଘାତରେ ୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆଜି ବର୍ଷା ହେବାରୁ ଗଛ ତଳେ ୪ଜଣ ଶ୍ରମିକ ଆଶ୍ରୟ ନେଇଥିଲେ।
ଏହି ସମୟରେ ବର୍ଷା ସହ ଘଡ଼ଘଡ଼ି ମାରିଥିଲା। ଏହି ବଜ୍ରାଘାତରେ ୨ ଶ୍ରମିକ ବାପପୁଅଙ୍କ ମୃତ୍ୟୁ ହୋଇଛି। ୨ ଗୁରୁତର ଶ୍ରମିକଙ୍କୁ ଚିକିତ୍ସା ପାଇଁ କିଶନନଗର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।



