www.samajalive.in
Sunday, December 7, 2025
15.1 C
Bhubaneswar

ଜାଣନ୍ତୁ କେଉଁ ସାପ ଦ୍ରୁତ ବେଗରେ ଗୋଡାଇ ଶିକାର କରେ

ସମାଜ ଡିଜିଟାଲ୍‍ ଡେସ୍କ: ପୃଥିବୀର ସବୁଠାରୁ ଅଧିକ ବପଦପୂର୍ଣ୍ଣ ଜନ୍ତୁ ମଧ୍ୟରେ ସାପ ଅନ୍ୟତମ। କିନ୍ତୁ ଆପଣ ଜାଣନ୍ତି କି କେଉଁ ସାପ ଦ୍ରୁତ ଗତିରେ ଗୋଡାଇ ଶିକାର କରିଥାଏ। କାମୁଡିବା ପରେ ଅହିରାଜ (କିଙ୍ଗ କୋବ୍ରା) କେତେ ବେଗରେ ଗୋଡାଇଥାଏ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସାଉଥ୍‍ ବ୍ଲାକ ସାପ: ଦ୍ରୁତତମ ସାପମାନଙ୍କ ମଧ୍ୟରେ ‘ସାଉଥ୍‍ ବ୍ଲାକ୍‍’ ୬ନଂ ସ୍ଥାନରେ ରହିଛି। ଏହି ପ୍ରଜାତିର ସାପ ୧୨.୮୭ କିଲୋମିଟର ବେଗରେ ଗୋଡାଇବା ସହ ଶିକାରକୁ ଧରିବାରେ ସକ୍ଷମ ହୋଇଥାନ୍ତି। ଶିକାରକୁ ଅଧିକ ସମୟ ଧରି ରଖନ୍ତି ନାହିଁ, ବରଂ ସେମାନଙ୍କୁ ତଳେ ପକାଇ ଶ୍ୱାସରୁଦ୍ଧ କରନ୍ତି।

- Advertisement -

ହଳଦିଆ ରଙ୍ଗର ସମୁଦ୍ର ସାପ: ପଂଚମ ସ୍ଥାନରେ ରହିଥିବା ଏହି ସମୁଦ୍ର ସାପ ପାଣିରେ ଘଣ୍ଟା ପ୍ରତି ୪କିଲୋମିଟର ବେଗରେ ଚାଲିପାରେ। ଯଦି ଭୂମି ସହିତ ଦେଖିବା ତାହା ହେଲେ ଏହି ଗତି ଘଣ୍ଟାପ୍ରତି ୧୫ କିଲୋମିଟର ହେବ। ଏହି ସାପ ହେଉଛି ଏକମାତ୍ର ସାପ ଯାହା ସମୁଦ୍ର ପାଣିର ଲହଡି ଉପରେ ଠିଆ ହୋଇପାରେ। ଏହି ସବୁ ସାପ ପ୍ରଶାନ୍ତ ଏବଂ ଭାରତ ମହାସାଗରରେ ବାସ କରନ୍ତି। ଏହି ପ୍ରଜାତିର ସାପ ଅତ୍ୟନ୍ତ ବିଷାକ୍ତ ହୋଇଥାନ୍ତି।

ଚତୁଥ ନମ୍ବରରେ ଭାରତରେ ଦେଖିବାକୁ ମିଳୁଥିବା କିଙ୍ଗ୍‍ କୋବ୍ରା (ଅହିରାଜ) ରହିଛି। ଅହିରାଜ ପ୍ରତି ସେକେଣ୍ଡରେ ୩.୩୩ ମିଟର ବେଗରେ ନିଜର ଶିକାରକୁ ଗୋଡାଇ ଧରିଥାଏ। ଏହି ସାପଟି ଏତେ ବିଷାକ୍ତ ଯେ ଏହାର ବିଷ ମାନବ ଶରୀରରେ ପହଞ୍ଚିବା ମାତ୍ରେ ଉପଯୁକ୍ତ ଚିକିତ୍ସା ନମିଳିଲେ ମାତ୍ର ୩୦ମିନିଟରେ ମୃତ୍ୟୁ ହୋଇଯାଏ।

ଆମେରିକାରେ ଦେଖିବାକୁ ମିଳିଥିବା ‘କଟନମାଉଥ୍‍’ତୃତୀୟ ସ୍ଥାନରେ ରହିଛି। ପ୍ରତି ସେକେଣ୍ଡରେ ମାତ୍ର ୨.୯୭ମିଟର ବେଗରେ ଶିକାର ପାଖରେ ପହଂଚିଥାଏ। ଏହା ଏକ ସେକେଣ୍ଡରୁ କମ୍‍ ସମୟ ମଧ୍ୟରେ ଛଅ ଫୁଟରୁ ଅଧିକ ଦୂରତା ଅତିକ୍ରମ କରିପାରେ। ଏହା ଆକ୍ରମଣ କରିବା ପରେ ଥରେ ବିଷାକ୍ତ କରିବା ପରେ ମଧ୍ୟ ଛାଡିନଥାଏ, ବରଂ ମରିବା ପର୍ଯ୍ୟନ୍ତ ଅନୁସରଣ କରିଥାଏ।

ଦ୍ୱିତୀୟ ସ୍ଥାନରେ ‘ରେଟ୍‍ ସାପ’ ରହିଛି। ଏହା ‘ଅହିରାଜ’ କିମ୍ବା ‘କଟନମାଉଥ୍‍’ ପରି ବିଷାକ୍ତ ନୁହେଁ। କିନ୍ତୁ ଏହି ସାପଟି ପ୍ରତି ସେକେଣ୍ଡରେ ୨.୬୭ମିଟର ବେଗରେ ଶିକାର କରିଥାଏ। ଯେତେବେଳେ ବି ସାପଟିକୁ ଭୋକ ଲାଗିଥାଏ, ତୁରନ୍ତ ଶିକାର କରିଥାଏ।

ଦ୍ରୁତ ଗତିରେ ନିଜର ଶିକାରକୁ ଗୋଡାଇଥିବା ସାପ ହେଉଛି ସାଇଡୱିଣ୍ଡର୍‍ ରେଟଲସ୍ନେକ। ଏହା ପ୍ରାୟ ୨୯କିଲୋମିଟର ବେଗରେ ନିଜ ଶିକାରକୁ ଧରିବାରେ ସକ୍ଷମ ହୋଇଥାଏ। ଏହାର ଗତି କରିବାର ଉପାୟ ଅନନ୍ୟ ଏବଂ ବହୁତ ଅଧିକ। ମେକ୍ସିକୋ ଏବଂ ଆମେରିକାର ଦକ୍ଷିଣ-ପଶ୍ଚିମ ମରୁଭୂମି ଅଂଚଳରେ ସାଇଡୱିଣ୍ଡର ସାପ ଦେଖିବାକୁ ମିଳେ। ଏହି ସାପ ସାଧାରଣତଃ ପାହାଡ ଏବଂ ଗ୍ରୀଟ୍‍ ବାଲି ଉପରେ ଦଉଡିଥାନ୍ତି। ଶିକାର କରିବାକୁ ବାଲିରେ ବେକ ପର୍ଯ୍ୟନ୍ତ ଲୁଚି ରହିଥାନ୍ତି।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories