www.samajalive.in
Monday, December 8, 2025
17.1 C
Bhubaneswar

କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ବାଡ଼େଇବେ ଥାଳି

ଭୁୁବନେଶ୍ୱର : କୃଷକ ବିରୋଧୀ ୩ଟି କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଦିଲ୍ଲୀରେ ୩୦ଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଚାଷୀମାନେ ଥାଳି ବାଡେଇ ପ୍ରତିବାଦ କରିବାକୁ ନବନିର୍ମାଣ କୃଷକ ସଂଗଠନ ଆହ୍ୱାନ ଦେଇଛି।
ଏହି ଆନ୍ଦୋଳନକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଦିଆଯାଇଥିବା ଆହ୍ୱାନ ଅନୁଯାୟୀ ଆଗାମୀ ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ସମୟରେ ଓଡ଼ିଶାରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ପ୍ରତିବାଦ କରାଯିବ। ମହାମାରୀ କରୋନା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଯେଭଳି ଢଙ୍ଗରେ ଥାଳି ବାଡ଼ାଅ କହି ଘଣ୍ଟ ପିଟୁଥିଲେ, ସେହିଭଳି ଏବେ କୃଷକ ସଂଗଠନ ଦାବି ହାସଲ ପାଇଁ ମୋଦୀଙ୍କୁ ଥାଳି ବାଡେଇ ପ୍ରତିଜବାବ ଦେବେ। କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଶୀତ କାକରରେ ଅହିଂସା ଆନ୍ଦୋଳନ ଚଳାଇ ରଖିଥିବା ବେଳେ କେନ୍ଦ୍ର ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବାରେ ଦିନ ଗଡାଇ ଚାଲିଛନ୍ତି। ବିଜେପି ପକ୍ଷରୁ ୭୦୦ ସ୍ଥାନରେ ଏ ନେଇ କୃଷି ଆଇନ ସପକ୍ଷରେ ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କୃଷକ ନେତାମାନେ ୨୭ ତାରିଖ ଦିନ ତାଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ସମୟରେ ଚାଷୀମାନେ ନିଜ ଘର ଅଗଣାରେ ଏବଂ ଛକମାନଙ୍କରେ ଥାଳି ବାଡ଼େଇ ପ୍ରତିବାଦ କରିବାକୁ ନବନିର୍ମାଣ କୃଷକ ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଆହ୍ୱାନ ଜଣାଇଛନ୍ତି।
ସାମ୍ବାଦିକ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନନ୍ଦ କହିଥିଲେ କେନ୍ଦ୍ର କୃଷି ଆଇନ ଅନୁଯାୟୀ ଅସାଧୁ ବ୍ୟବସାୟୀମାନେ ବେଆଇନ୍ ହୋର୍ଡ଼ିଂ ପାଇଁ ଆଇନଗତ ସହାୟତା ପାଇଲା ପରେ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥର ଦର ଆକାଶଛୁଆଁ ହୋଇଯିବ। ଠକ ମଞ୍ଜି ଓ ସାର କମ୍ପାନୀମାନେ ଚାଷୀଙ୍କୁ ଠକିବା ପାଇଁ ଏହି ଆଇନରେ ରାସ୍ତା ଫର୍ଚ୍ଚା କରାଯାଇଛି। ଜଣେ ·ଷୀର ସମସ୍ତ ବିହନ ଖରାପ ପଡ଼ିଲେ ବି ସେ ଅଦାଲତକୁ ନ୍ୟାୟ ପାଇଁ ଯାଇପାରିବ ନାହିଁ। ସେହିଭଳି କମ୍ପାନୀମାନଙ୍କୁ ଠିକା ଚାଷରେ ପ୍ରୋତ୍ସାହନ ଦେବା ଦ୍ୱାରା ଚାଷୀମାନେ କମ୍ପାନୀମାନଙ୍କ ସହ ଚାଷରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ ବୋଲି ସେ କହିଛନ୍ତି।
ଆଜିର ସାମ୍ବାଦିକ ସମ୍ମିଳନୀରେ ଯୁବଛାତ୍ର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ, ରାଜ୍ୟ କମିଟି ସଭ୍ୟ ଶୁଭେନ୍ଦୁ ମଲ୍ଲିକ, ସଂଗ୍ରାମ କିଶୋର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories