ଭୁବନେଶ୍ବର : ଦଳବିରୋଧୀ କାର୍ୟ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦେଶକ୍ରମେ ଯାଜପୁର ବିଞ୍ଜାରପୁର ବ୍ଲକ ଅରେଇ ଗ୍ରାମ ପଞ୍ଚାୟତ ସରପଞ୍ଚ ଦେବାନନ୍ଦ ମଲ୍ଲିକ, କଲ୍ୟାଣପୁର ଗ୍ରାମପଞ୍ଚାୟତ ସରପଞ୍ଚ ସୁନିତା ନାୟକ ଓ ୨୭ ନମ୍ବର ଜୋନ ମଣ୍ଢଳ ସଭାପତି ମୁକ୍ତିକାନ୍ତ ସାମଲଙ୍କୁ ବିଜେପି ପ୍ରାଥମିକ ସଦସ୍ୟପଦରୁ ନିଲମ୍ବନ କରାଯାଇଛି। ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଆଉ କୌଣସି ଦଳୀୟ କାର୍ୟ୍ୟରେ ସାମିଲ କରିବାକୁ ଦିଆଯିବ ନାହିଁ ବୋଲି ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ସୂଚନା ଦେଇଛନ୍ତି।
Popular Categories



