www.samajalive.in
Tuesday, December 9, 2025
17.1 C
Bhubaneswar

କୃଷି କ୍ଷେତ୍ରରେ ସଂସ୍କାରର ସୁଫଳ ପାଉଛନ୍ତି ଚାଷୀ – ତୋମାର

ଦେଶରେ କୃଷି କ୍ଷେତ୍ର ଏବଂ କୃଷକଙ୍କର ସର୍ବାଙ୍ଗୀନ ଉନ୍ନତିକୁ ସୁନିଶ୍ଚିତ କରିବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି। ସେ କହିଛନ୍ତି, କୃଷି କ୍ଷେତ୍ରରେ କେନ୍ଦ୍ର ସରକାର ଗ୍ରହଣ କରିଥିବା ସଂସ୍କାରର ସୁଫଳ ଚାଷୀମାନେ ପାଇବାକୁ ଆରମ୍ଭ କରିଛନ୍ତି। ଆଧୁନିକ ଜ୍ଞାନକୌଶଳ ଉପଯୋଗ ଦ୍ୱାରା ଚାଷୀମାନେ ଯେଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ ସେଥିଲାଗି କେନ୍ଦ୍ର ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି।

ଡାଟା ବ୍ୟାଙ୍କ୍‍ ଦ୍ୱାରା କୃଷକଙ୍କ ପାଇଁ ମୃତ୍ତିକା ସ୍ୱାସ୍ଥ୍ୟ, ବନ୍ୟାର ଆଗୁଆ ସୂଚନା ତଥା କୃଷି କ୍ଷେତ୍ରେରେ ଜମିଜମା ରେକର୍ଡକୁ ସୁସଂହତ କରାଯାଇପାରିବ ବୋଲି ଶ୍ରୀ ତୋମର କହିଛନ୍ତି। ସେ କହିଛନ୍ତି, କୃଷକଙ୍କୁ କୃଷିଜାତ ଦ୍ରବ୍ୟର ଲାଭାଂଶ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଦଶମ ‘ନଲେଜ୍‍ ଏକ୍ସଚେଞ୍ଜ୍‍’ ସମ୍ମିଳନୀରେ ଯୋଗଦେଇ ଶ୍ରୀ ତୋମାର କହିଛନ୍ତି, ବର୍ତ୍ତମାନର ସଂସ୍କାର କୃଷି କ୍ଷେତ୍ର ପାଇଁ ଯୁବପିଢ଼ିଙ୍କୁ ଆକର୍ଷିତ କରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories