ଚକଡା ପୋକ ନୁହେଁ ଏଥର ଚାଷୀ ଆତ୍ମହତ୍ୟାର କାରଣ ବାତ୍ୟା ବୁଲବୁଲ

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଚାଷୀ ଆତ୍ମହତ୍ୟା ଖବର ଶୁଣିବାକୁ ମିଳିଛି। ଏଥର ଚକଡା ପୋକ ନୁହେଁ ବରଂ ବାତ୍ୟା ବୁଲବୁଲ ପାଇଁ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ କେନ୍ଦ୍ରପଡା ଜିଲା ରାଜନଗରରୁ ଆସିଛି।

ବାତ୍ୟା ବୁଲବୁଲ ଯୋଗୁଁ ରାଜ୍ୟର କେତେକ ଜିଲରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ବାର ଭାଙ୍ଗି ଯିବା ସହ ଚାଷ ଜମିରେ ଫସଲ ନଷ୍ଟ ହୋଇ ଯାଇଥିଲା। ରାଜନଗର ବ୍ଲକ ଅନ୍ତର୍ଗତ ନୂରୁଗାଁର ଜଣେ ଚାଷୀ କେବଳ ଚାଷ ଉପରେ ନିର୍ଭର ଥିଲେ। ଚାଷ ପାଇଁ ଲକ୍ଷାଧିକ ଟଙ୍କା ଋଣ ମଧ୍ୟ ନେଇଥିଲେ। କିନ୍ତୁ ବାତ୍ୟା ବୁଲବୁଲରେ ଫସଲ ନଷ୍ଟ ହେବା କାରଣରୁ ଚାଷୀ ମୁଣ୍ଡରେ ଚଡକ ପଡିଥିଲା। ଋଣ ଭାର ଚିନ୍ତାରେ ଚାଷୀ ଜଣଙ୍କ ବୁଧବାର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସ୍ଥାନୀୟ ମେଡିକାରେ ପ୍ରାଥମିକ ଚିକତ୍ସା ପରେ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

Comments are closed.