www.samajalive.in
Sunday, December 7, 2025
16.1 C
Bhubaneswar

ବିଶେଷଜ୍ଞଙ୍କ ଆଶଙ୍କା: କରୋନା ଲାଗି ହ୍ରାସ ପାଇପାରେ କୃଷି ଉତ୍ପାଦନ

ଭୁବନେଶ୍ବର (ବ୍ୟୁରୋ)   କରୋନା ସ୍ଥିତି ପାଇଁ ସାରା ଦେଶ ଲଡଡାଉନ ରହିଥିବା ବେଳେ ଖାଦ୍ୟ
ନିରାପତ୍ତାକୁ ନେଇ ଆଶଙ୍କା କରିଛନ୍ତି ବିଶେଷଜ୍ଞ । କୃଷକମାନଙ୍କ ପାଖରେ ଅର୍ଥର ସମସ୍ୟା
ସୃଷ୍ଟି ହୋଇଥିବାରୁ ସେ ଦିଗରେ ସରକାର ପଦକ୍ଷେପ ନେବା ଦରକାର ବୋଲି ସେମାନେ ମତ ପ୍ରକାଶ କରିଛନ୍ତି ।

କରୋନା ସଂକ୍ରମଣ ପାଇଁ ଦେଶରେ ଲକଡାଉନ କରାଯାଇଛି। ମହାମାରୀକୁ ରୋକିବାକୁସରକାର ନେଇଥିବା ପଦକ୍ଷେପ ପ୍ରଶଂସନୀୟ ହୋଇଥିବା ବେଳେ ଆଗାମୀ ଦିନରେ ଖାଦ୍ୟ ନିରାପତ୍ତା ସମସ୍ୟା ଦେଖାଯିବ। ଚାଷୀମାନଙ୍କ ହାତରେ ଏବେ ଅର୍ଥ ନାହିଁ। ରବି ଫସଲ ଅମଳ ହେଉଥିବା ବେଳେ ଚାଷୀଙ୍କ ଠାରୁ ଏହାକୁ ତୁରନ୍ତ ସଂଗ୍ରହ କରାଯିବା ଦରକାର । ଫସଲ
ଚାଷୀଙ୍କଠାରୁ ସଂଗ୍ରହରେ ବିଳମ୍ବ ହେଲେ ଦଲାଲମାନେ ଫାଇଦା ନେବେ । ଚାଷୀ କମଦରରେ ବିକ୍ରି କରିବାକୁ ବାଧ୍ୟ ହେବ । ଅନ୍ୟ ପକ୍ଷରେ ଖରିଫ ଚାଷ ପାଇଁ ଚାଷୀକୁ ପ୍ରୋତ୍ସାହନ ମଧ୍ୟ ଦରକାର । ଲକଡାଉନ ଯୋଗୁ ଚାଷୀକୁ  ଯାନ୍ତ୍ରିକ ଉପଯୋଗରେ ସମସ୍ୟା ହେଉଥିବା ବେଳେ ଅର୍ଥର ଆବଶ୍ୟକତା ପ୍ରଭାବିତ କରିବ। ସେଥିପାଇଁ ଚାଷୀଙ୍କ ହାତକୁ ଅର୍ଥ ଦେବା ଉପରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଚାଷକୁ ଅବହେଳା କରାଗଲେ ଖାଦ୍ୟ ନିରାପତ୍ତା ବିପନ୍ନ ହେବ । ଦେଶର ଆବଶ୍ୟକତାକୁ ମେଂଟାଇବା କଷ୍ଟକର ହୋଇପଡିବ ବୋଲି ସେମାନେ ଆଶଙ୍କା କରିଛନ୍ତି । ଖାଦ୍ୟ ନିରାପତ୍ତା ଓ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦେଶରେ ବର୍ଷସାରା ୫ ନିୟୁତ ଟନ ଖାଦ୍ୟଶସ୍ୟ ସଂରକ୍ଷିତ କରାଯାଇଥାଏ । କରୋନା ସ୍ଥିତିରେ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୩ ମାସ ପାଇଁ ଅତିରିକ୍ତ ୫ କେଜି ଲେଖାଏଁ ଖାଦ୍ୟ ଶସ୍ୟ ଦେବାକୁ ଘୋଷଣା କରାଯାଇଛି । ଏଥିରେ ୮୧ କୋଟି ଟଙ୍କା ଲୋକ ଉପକୃତ ହେବେ । ସେଥିପାଇଁ ୧୨.୧୪ ନିୟୁତ ଟନ ଖାଦ୍ୟ ଶସ୍ୟର ଆବଶ୍ୟକତା ପଡିବ । ଚଳିତ ବର୍ଷ ମାର୍ଚ ପହିଲା ସୁଦ୍ଧା ୫୮.୫ ନିୟୁତ ଟନ ଖାଦ୍ୟ ଶସ୍ୟ ମହଜୁତ ରହିଛି । ଯେଉଁଥିରେ ୩୧ ନିୟୁତ ଟନ ଚାଉଳ ରହିଥିବା ବେଳେ ୨୭.୫ ନିୟୁତ ଟନ ଗହମ ରହିଛି । ଦେଶର ୧.୩୫ କୋଟି ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଅଭାବୀ ବିକ୍ରି ପୂର୍ବରୁ ଚାଷୀଙ୍କ ଠାରୁ ରବି ଫସଲ ସଂଗ୍ରହ ଉପରେ ସରକାର ଗୁରୁତ୍ବାରୋପ କରିବା ଆବଶ୍ୟକ । ଖରିଫ ଚାଷ ପାଇଁ ଚାଷୀଙ୍କୁ କମ୍‌ ସୁଧରେ ଋଣ ଯୋଗାଇଦେବା ସହ ଚାଷୀଙ୍କ ସମସ୍ୟା ପ୍ରତି ସରକାର ସଚେତନ ହେବା ଦରକାର। ପିଏମ କିଶାନ ଯୋଜନାରେ ଚାଷୀଙ୍କୁ କିସ୍ତିରେ ଦିଆଯାଉଥିବା
ଅର୍ଥକୁ ଏ ଦିଗରେ ବ୍ୟବହାର କରାଯିବାକୁ ମଧ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories