www.samajalive.in
Sunday, December 7, 2025
15.1 C
Bhubaneswar

ଅରୁଣାଚଳ ପ୍ରଦେଶରେ ଚୀନ ଓ ଭାରତୀୟ ସୈନ୍ୟ ହାତାହାତି

ନୂଆଦିଲ୍ଲୀ: ଗତବର୍ଷ ଲଦାଖରେ ଚାଇନା ଓ ଭାରତୀୟ ସୈନ୍ୟ ସାମନା ସାମନି ହେବା ସହିତ ହାତାହାତି ହୋଇଥିବାବେଳେ ସଂପ୍ରତି ଅରୁଣାଚଳ ପ୍ରଦେଶରେ ସମାନ ଘଟଣା ଘଟିଥିବା ଖବର ମିଳିଛି । ଗତ ସପ୍ତାହରେ ଏହି ଘଟଣା ଘଟିଥିଲେ ମଧ୍ୟ ତାହା ବିଳମ୍ବରେ ସର୍ବସମ୍ମୁଖକୁ ଆସିଛି । ବାସ୍ତବ ନିୟନ୍ତ୍ରଣ ରେଖାକୁ ନେଇ ଚୀନ ସୈନ୍ୟ ଭୁଲ ଦାବି କରିବା ଫଳରେ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ପ୍ରତିରକ୍ଷା ବିଭାଗ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଦୁଇ ପକ୍ଷ ପରସ୍ପରର ସାମନା ସାମନି ହେବା ସହିତ କେଇ ଘଣ୍ଟା ଧରି ଏଲଏସିରେ ଛିଡାହୋଇ ରହିଥିଲେ । ତେବେ ଏଥିରେ ଭାରତୀୟ ସେନା ଯବାନଙ୍କର କିଛି କ୍ଷୟ କ୍ଷତି ଘଟିନାହିଁ । ଏକ ଟେଲିଭିଜନ ଚାନେଲ ସୂତ୍ରରୁ ଜଣାଯାଇଛି ଯେ ଅରୁଣାଚଳ ପ୍ରଦେଶରେ ତାୱାଙ୍ଗ ଅଞ୍ଚଳରେ ପ୍ରାୟ ୨୦୦ ଚାଇନା ସୈନ୍ୟ ଅଧିକୃତ ବଙ୍କର ନଷ୍ଟ କରିବାକୁ ଉଦ୍ୟମ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଭାରତୀୟ ଯବାନ ଅଟକ ରଖିଥିଲେ । ଏଲଏସି ନିକଟରେ ଥିବା ସୀମାନ୍ତ ସଡକ ବୁମ୍‌ ଲା ଏବଂ ୟାଙ୍ଗସ୍ତେ ଠାରେ ଏହି ଘଟଣା ଘଟିଥିଲା । ଚଳିତ ବର୍ଷ ଜାନୁଆରୀରେ ଆମେରିକାସ୍ଥିତ ଚିତ୍ର ଉତ୍ତୋଳନକାରୀ କମ୍ପାନୀ ପ୍ଲାନେଟ ଲାବ୍ସ କହିଥିଲା ଯେ ଅରୁଣାଚଳ ପ୍ରଦେଶର ସୁବାନସିରି ଜିଲାର ଉପର ଭାଗରେ ସାରି ଚୁ ନଦୀ କୂଳେ କୂଳେ ପ୍ରାୟ ୧୦୦ଟି ଘର ନିର୍ମାଣ କରାଯାଇଛି । ତେବେ ଏହା ଉପରେ ପ୍ରତିକ୍ରିୟା ରଖି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଥିଲା ଯେ ଅରୁଣାଚଳ ସମେତ ସୀମାନ୍ତରେ ବାସ କରୁଥିବା ଦେଶର ନାଗରିକଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବାକୁ ସେଠାରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ କରାଯାଉଛି ।
ଚଳିତ ବର୍ଷ ଅଗଷ୍ଟରେ ପ୍ରାୟ ୧୦୦ ଜଣ ପିପୁଲ୍ସ ଲିବିରେସନ ଆର୍ମି ଅଫ ଚାଇନା (ପିଏଲଏ) ସୈନ୍ୟ ଉତ୍ତରାଖଣ୍ଡର ବାରାହୋତି ସେକ୍ଟରରେ ଏଲଏସି ଅତିକ୍ରମ କରି ଭାରତୀୟ ସୀମାକୁ ଅନୁପ୍ରବେଶ କରିବା ସହିତ ଭାରତୀୟ ସୀମା ମଧ୍ୟରେ କେଇ ଘଣ୍ଟା ରହିଥିଲେ । ଏଥିସହିତ ସେମାନେ ଉକ୍ତ ଅଞ୍ଚଳରେ ଥିବା ଏକ ସେତୁକୁ ଯିବା ପୂର୍ବରୁ ଭାଙ୍ଗି ଦେଇଥିଲେ । ତେବେ ଚାଇନାର ଏଭଳି ଅନୁପ୍ରବେଶ ସମ୍ପର୍କରେ ଭାରତ ପକ୍ଷରୁ କୌଣସି ମତାମତ ଦିଆଯାଇନାହିଁ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories