www.samajalive.in
Monday, December 8, 2025
27.1 C
Bhubaneswar

ଉପନିର୍ବାଚନ ଏକ୍‌ଜିଟ ପୋଲ୍‌ ଉପରେ କଟକଣା ଜାରି

ଭୁବନେଶ୍ବର: ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ଭଳି ଯେ କୌଣସି ପ୍ରକାର ଏକ୍‌ଜିଟ ପୋଲ ଉପରେ ଭାରତର ନିର୍ବାଚନ ଆୟୋଗ କଟକଣା ଜାରି କରିଛନ୍ତି। ଆସନ୍ତା ନଭେମ୍ବର ୩ରେ ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏଥିପାଇଁ ନଭେମ୍ବର ୩ତାରିଖ ସକାଳ ୬ଟାଠାରୁ ନଭେମ୍ବର ୭ ତାରିଖ ସନ୍ଧ୍ୟା ୬ଟା ୩୦ ମଧ୍ୟରେ କୌଣସି ଏକ୍ଜିଟ ପୋଲ ଆୟୋଜନ କରିବା କିମ୍ବା ଏ ସଂକ୍ରାନ୍ତରେ ଛାପା ବା ବୈଦ୍ୟୁତିକ ଗଣମାଧ୍ୟମରେ ଏ ସଂକ୍ରାନ୍ତ ଖବର ପରିବେଷଣ କରିବା କିମ୍ବା ଅନ୍ୟ ଯେକୌଣସି ପ୍ରକାର ତଥ୍ୟ ପ୍ରଘଟ କରିବା ଉପରେ ନିଷେଧାଦେଶ ଜାରି କରାଯାଇଛି। ଏଥିସହିତ ଉପନିର୍ବାଚନ ପାଇଁ ଭୋଟଗ୍ରହଣର ୪୮ ଘଣ୍ଟା ପୂର୍ବରୁ କୌଣସି ବୈଦ୍ୟୁତିକ ଗଣମାଧ୍ୟମରେ ନିର୍ବାଚନ ସଂକ୍ରାନ୍ତ କୌଣସି ଓପିନିଅନ ପୋଲର ଫଳାଫଳ ସମେତ ଅନ୍ୟ ଯେ କୌଣସି ପୋଲ ସର୍ଭେ ସଂକ୍ରାନ୍ତ ତଥ୍ୟ ପ୍ରଘଟ ବା ପ୍ରଦର୍ଶନକୁ ନିଷେଧ କରାଯାଇଛି। ଏ ସମ୍ପର୍କରେ ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ନିୟମାବଳି ଆଧାରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦେଶ କ୍ର​‌ମେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ ନଭେମ୍ବର ୩ରୁ ୭ ତାରିଖ ମଧ୍ୟରେ ଓଡ଼ିଶା ସମେତ ୧୩ଟି ରାଜ୍ୟରେ କେତେକ ଲୋକସଭା ଓ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।

Hot this week

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

Related Articles

Popular Categories