www.samajalive.in
Tuesday, December 9, 2025
16.1 C
Bhubaneswar

ନୂଆବର୍ଷରେ ଜନ୍ମ ନେଲେ ୩ ଲକ୍ଷରୁ ଅଧିକ ଶିଶୁ, ଭାରତ ସବୁଠୁ ଆଗରେ

ନୂଆବର୍ଷ ୨୦୨୦ ଜାନୁଆରୀ ୧ ତାରିଖରେ ବିଶ୍ବରେ ଅନେକ ଶିଶୁ ଜନ୍ମ ନେଇଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ୧୭ ପ୍ରତିଶତ ଶିଶୁ ଭାରତରେ ଜନ୍ମ ହୋଇଛନ୍ତି। ୟୁନିସେଫ୍ (UNICEF) ତରଫରୁ ବର୍ଷର ପ୍ରଥମ ଦିନରେ ଜନ୍ମଲାଭ କରିଥିବା ଶିଶୁଙ୍କ ପରିସଂଖ୍ୟାନ କରାଯାଇଛି।

ପରିସଂଖ୍ୟାନ ଅନୁଯାୟୀ, ନୂଆବର୍ଷର ପ୍ରଥମ ଦିନରେ ୩,୯୨,୦୭୮ ଶିଶୁ ଜନ୍ମ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୭,୩୮୫ ଜଣ ଶିଶୁ ଭାରତରେ ଜନ୍ମ ହୋଇଛନ୍ତି। ଚୀନ, ନାଇଜେରିୟା, ପାକିସ୍ତାନ, ଇଣ୍ଡୋନେସିୟା, ଆମେରିକା, କଙ୍ଗୋ ଏବଂ ଇଥିଓପିଆ ଏହି ୮ଟି ଦେଶରେ ୫୦ ପ୍ରତିଶତ ଶିଶୁ ଜନ୍ମ ହୋଇଛନ୍ତି।

- Advertisement -

ଭାରତ: ୬୭,୩୮୫

ଚୀନ: ୪୬,୨୯୯

ନାଇଜେରିୟା: ୨୬,୦୩୯

ପାକିସ୍ତାନ: ୧୬,୭୮୭

ଇଣ୍ଡୋନେସିଆ: ୧୩,୦୨୦

ଆମେରିକା: ୧୦,୪୫୨

କଙ୍ଗୋ: ୧୦,୨୪୭

ଇଥିଓପିଆ: ୮,୪୯୩

ବାଂଲାଦେଶ: ୮,୩୭୦

ଆକଳନ ଅନୁଯାୟୀ, ନୂଆବର୍ଷର ପ୍ରଥମ ଶିଶୁ ଫିଜିରେ ରାତି ପ୍ରାୟ ୧୨ଟା ୧୦ ମିନିଟରେ ଜନ୍ମ ହୋଇଥିଲା। ସେହିପରି ଆମେରିକାରେ ନୂଆବର୍ଷର ଶେଷ ଶିଶୁ ଜନ୍ମ ହୋଇଥିଲା ବୋଲି ଜଣାପଡିଛି। ପ୍ରତିବର୍ଷ ୟୁନିସେଫ୍ (UNICEF) ତରଫରୁ ନୂଆବର୍ଷର ପ୍ରଥମ ଦିନରେ ବିଶ୍ବରେ ଜନ୍ମଗ୍ରହଣ କରୁଥିବା ଶିଶୁଙ୍କ ତଥ୍ୟ ପ୍ରକାଶ ପାଇଥାଏ।

ସୂଚନାଯୋଗ୍ୟ, ୟୁନିସେଫ୍ ର ତଥ୍ୟ ଅନୁଯାୟୀ ୨୦୧୮ରେ ୨୫ ଲକ୍ଷ ନବଜାତ ଶିଶୁ ଜନ୍ମର ପ୍ରଥମ ମାସରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମଧ୍ୟରୁ ଏକତୃତୀୟାଂଶ ଜନ୍ମ ହେବା ଦିନ ହିଁ ଆଖି ବୁଜିଥିଲେ। ସେହିପରି ପ୍ରତିବର୍ଷ ଭାରତରେ ୬୯,୦୦୦ ଶିଶୁ ଜନ୍ମ ନିଅନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories