ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଗଣତନ୍ତ୍ର ଦିବସ ଏବଂ ଅନ୍ୟ କିଛି କାରଣ ପାଇଁ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଥିବା ଜଣାପଡିଛି । ଘରୋଇ ବିମାନରେ ଉଡାଣ ଭରିବାକୁ ଥିବା ଯାତ୍ରୀଙ୍କୁ ୩ ଘଣ୍ଟା ପୂର୍ବରୁ ପହଞ୍ଚିବାକୁ ପଡିବ । ସେହିପରି ଅନ୍ତର୍ଜାତୀୟ ବିମାନର ଯାତ୍ରୀଙ୍କୁ ୪ ଘଣ୍ଟା ପୂର୍ବରୁ ବନ୍ଦରରେ ପହଞ୍ଚିବାକୁ ପଡିବ ବୋଲି ନୋଟିସ୍ ଜାରି କରାଯାଇଛି । ଏହା ସହ ଗଣତନ୍ତ୍ର ଦିବସରେ ଯୋଗ ଦେବା ପାଇଁ ଆସିବାକୁ ଥିବା ଅତିଥି ଏବଂ ସେମାନଙ୍କୁ ସ୍ବାଗତ କରିବା ଲାଗି ଯିବାକୁ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଯେଉଁ ଅଞ୍ଚଳ ରହିଛି, ସେଠାକୁ ଅନ୍ୟମାନଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯିବ । ଗଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାରେ ଏହି ନିଷ୍ପତ୍ତି ନିଆଯାଇଛି ।
Indira Gandhi International Airport, Delhi: Further, the entry to meeters and greeters area will be barred with effect from 10th August to 20th August 2019. Any inconvenience caused is regretted. https://t.co/YAmofLIjE3
— ANI (@ANI) 8 August 2019



