www.samajalive.in
Sunday, December 7, 2025
13.1 C
Bhubaneswar

୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ବକପ : ୨୪ ବର୍ଷ ପରେ ଫାଇନାଲରେ ଇଂଲଣ୍ଡ

ଆଣ୍ଟିଗୁଆ : ଇଂଲଣ୍ଡ ୧୯ ବର୍ଷରୁ କମ୍‌ ପୁରୁଷ କ୍ରିକେଟ ବିଶ୍ବକପର ଫାଇନାଲରେ ପହଞ୍ଚିଛି । ମଙ୍ଗଳବାର ଖେଳା ଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ଡକ୍‌ ୱେଥ୍‌-ଲୁଇସ୍ ନିୟମ ଆଧାରରେ ୧୫ରନରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏଥିସହିତ ଇଂଲଣ୍ଡ ୨୪ ବର୍ଷ ପରେ ଫାଇନାଲରେ ପହଞ୍ଚିପାରିଛି। ସେହିପରି ପ୍ରଥମ ଥର ଆଇସିସି ବିଶ୍ବକପ ଫାଇନାଲରେ ପ୍ରବେଶ କରିବାର ସ୍ବପ୍ନ ଆଫଗାନିସ୍ତାନର ଚୁରମାର ହୋଇଯାଇଛି।
ବର୍ଷା ପାଇଁ ମ୍ୟାଚ ୪୭ ଓଭର ବିଶିଷ୍ଟ ଖେଳାଯାଇଥିଲା। ଇଂଲଣ୍ଡ ପକ୍ଷରୁ ବିଜୟ ପାଇଁ ଧାର୍ୟ୍ୟ ୨୩୧ରନର ଲକ୍ଷ୍ୟକୁ ପିଛା କରି ଆଫଗାନିସ୍ତାନ ୪୭ ଓଭରରେ ୯ ୱିକେଟ ହରାଇ ୨୧୫ରନ କରିବାକୁ ସକ୍ଷମ ହୋଇଥିଲା। ଆଫଗାନିସ୍ତାନ ସମ୍ମୁଖରେ ୪୭ ଓଭରରେ ୨୩୧ରନ ଲକ୍ଷ୍ୟ ଧାର୍ୟ୍ୟ କରା ଯାଇଥିଲା। ଆଫଗାନିସ୍ତାନ ପ୍ରାରମ୍ଭରୁ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୧ରନରେ ପ୍ରଥମ ୱିକେଟ ହରାଇଥିଲା । ଦ୍ବିତୀୟ ୱିକେଟରେ ମହମ୍ମଦ ଇସାକ୍‌ ଓ ଆହ୍ଲା ନୂର ୯୩ରନ କରିବା ସହ ବିଜୟ ଆଶା ସୃଷ୍ଟି କରିଥିଲେ। ସ୍କୋର ୯୪ରନ ଥିବାବେଳେ ଇସାକ୍‌ ୪୩ରନ କରି ଆଉଟ୍‌ ହୋଇଥିଲେ। ଦଳ ୧୦ରନ ମଧ୍ୟରେ ଦୁଇଟି ୱିକେଟ ହରାଇ ପୁଣି ବିପର୍ୟ୍ୟୟକୁ ଠେଲି ହୋଇଯାଇଥିଲା। ୧୦୬ରନରେ ଦଳ ୪ଟି ୱିକେଟ ହରାଇଥିଲା। ନୂର ୬୦ରନ କରି ଆଉଟ୍‌ ହୋଇଥିଲେ। ପଞ୍ଚମ ୱିକେଟରେ ଅବଦୁଲ ହାଦି ଓ ବିଲାଲ ଅହମ୍ମଦ ୫୦ରନ ଯୋଡ଼ିବା ସହ ବିଜୟ ଆଶାକୁ ସଞ୍ଚାରିତ କରିଥିଲେ। ଅବଦୁଲ ୩୭ ଓ ବିଲାଲ ୩୩ରନ କରି ଆଉଟ୍‌ ହେବା ପରେ ଦଳ ବିଜୟଠାରୁ ୧୫ରନ ଦୂରରେ ରହି ଯାଇଥିଲା। ୪୭ ଓଭରରେ ୯ ୱିକେଟ ହରାଇ ୨୧୫ରନ କରିବାକୁ ସକ୍ଷମ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ରେହାନ ଅହମ୍ମଦ ୪ଟି, ଥୋମାସ ଆସପିନୱାଲ ୨ଟି ୱିକେଟ ନେଇଥିଲେ। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ୧୩୬ରନରେ ୬ଟି ୱିକେଟ ହରାଇଥିଲା। ଜର୍ଜ ଥୋମାସ ୫୦, ଅଧିନାୟକ ଟମ୍‌ ପ୍ରେଷ୍ଟ ୧୭ରନ କରି ଆଉଟ୍‌ ହୋଇଥିଲେ। ଲାଗୁଥିଲା ଆଫଗାନିସ୍ତାନ ବିପର୍ୟ୍ୟୟ ସୃଷ୍ଟି କରିବ ବୋଲି। କିନ୍ତୁ ବୋଲରଙ୍କ ତ୍ରୁଟି ଯୋଗୁ ଶେଷ ୧୨ ଓଭରରେ ଇଂଲଣ୍ଡ ୯୫ରନ ସଂଗ୍ରହ କରିଥିଲା। ସପ୍ତମ ୱିକେଟରେ ଜର୍ଜ ବେଲ ଓ ଆଲେକ୍ସ ହର୍ଟନ ଅବିଭାଜିତ ୯୫ରନ ଯୋଡ଼ିବା ସହିତ ସ୍କୋରକୁ ୪୭ ଓଭରରେ ୨୩୧ରନରେ ପହଞ୍ଚାଇଥିଲେ। ବେଲ ୫୬ ଓ ହର୍ଟନ ୫୩ରନ କରି ଅପରାଜିତ ରହିଥିଲେ। ଆଫଗାନିସ୍ତାନ ପକ୍ଷରୁ ନାଭେଦ ଜର୍ଡାନ, ନୂର ଅହମ୍ମଦ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ଜର୍ଜ ବେଲ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଇଂଲଣ୍ଡ ଶେଷ ଥର ପାଇଁ ୧୯୯୮ରେ ଫାଇନାଲରେ ପହଞ୍ଚିବା ସହିତ ବିଜେତା ହୋଇଥିଲା। ଇଂଲଣ୍ଡ ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ୨ୟ ସେମିଫାଇନାଲ ମ୍ୟାଚର ବିଜେତାଙ୍କୁ ଭେଟିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories