www.samajalive.in
Monday, December 8, 2025
17.1 C
Bhubaneswar

ପ୍ରଦୂଷଣ ରୋକିବାକୁ ପଦକ୍ଷେପ; ସାଇକେଲ ଚଳାଇ ଅଫିସରେ ପହଞ୍ଚିଲେ ସରକାରୀ ବାବୁ

ଭୁବନେଶ୍ୱର: ବାୟୁ ପ୍ରଦୂଷଣ ରୋକିବା ପାଇଁ ନୂଆଦିଲ୍ଲୀରେ ଯୁଗ୍ମ-ଅଯୁଗ୍ମ ଗାଡି ଚାଲୁଥିବା ବେଳେ ଏହି କ୍ଷେତ୍ରରେ ଓଡିଶା ସରକାର ଆଉ ପାଦେ ଆଗକୁ ବଢିଛନ୍ତି। ଏଣିକି ବିଡିଏ, ବିଏମ୍‍ସି ଓ ସ୍ମାର୍ଟ ସିଟି କର୍ମଚାରୀମାନେ ସପ୍ତାହର ଗୋଟିଏ ଦିନ ଅର୍ଥାତ୍ ଶୁକ୍ରବାର ସାଇକେଲ ଚଳାଇ ଅଫିସ ଆସିବେ। ବିଏମ୍‍ସି ଓ ବିଡିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ସକାଳେ କର୍ମଚାରୀମାନେ ସାଇକେଲ ଚଳାଇ କାର୍ଯ୍ୟାଳୟରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ଆଉ ଯେଉଁମାନେ ସାଇକେଲ ନେଇ ଅଫିସ ଆସିନଥିଲେ ସେମାନେ ଚାଲିକି ଆସିଥିଲେ। ଏହି ନିୟମ ଯୋଗୁଁ କର୍ମଚାରୀମାନେ ବ୍ୟବହାର କରୁଥିବା ପ୍ରାୟ ଏକ ହଜାର ବାଇକ୍ ଓ ୨୦୦ କାର୍ ଚଳାଚଳ ଆଜି ବନ୍ଦ ରହିଥିବା ଜଣାପଡିଛି।

ସୂଚନାଯୋଗ୍ୟ, ସ୍ମାର୍ଟ ସିଟି କର୍ମଚାରୀମାନେ ସପ୍ତାହର ପ୍ରତି ଶୁକ୍ରବାର ଅଫିସ ଆସିବା ପାଇଁ ସାଇକେଲ ବ୍ୟବହାର କରିବେ ବୋଲି ଗୁରୁବାର ବିଏମ୍‍ସି ଓ ବିଡିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କୌଣସି କର୍ମଚାରୀ ଶୁକ୍ରବାର ଦିନ ଅଫିସକୁ ଗାଡି ଯୋଗେ ଆସିଲେ ତାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଥିରେ କୁହାଯାଇଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories