www.samajalive.in
Tuesday, December 9, 2025
17.1 C
Bhubaneswar

ବେଲପଡା ଅଞ୍ଚଳରେ ମାତିଲେ ହାତୀ: ଭାଙ୍ଗିଲେ ଘର, ଖାଇଗଲେ ଶତାଧିକ ଏକର ଧାନ

ବେଲପଡା:ବଲାଙ୍ଗିର ଜିଲା ବେଲପଡାର ଆଭ୍ୟନ୍ତରିଣ ଅଞ୍ଚଳରେ ହାତୀ ଆତଙ୍କ ଖେଳାଇଛନ୍ତି। ଫଳରେ ଲୋକେ ଭୟଭୀତ ହୋଇ ରହୁଛନ୍ତି। ବଲାଙ୍ଗିର ଜିଲାର ତୁରେକେଲା, ଖପ୍ରାଖୋଲ ଲାଠୋର ସହ ବେଲପଡା ବ୍ଲକ ଅଞ୍ଚଳରେ କିଛଦିନ ହେଲା ହାତୀ ପଲ ବିଭିନ୍ନ ସ୍ଥାନରେ ରହି ରାତିରେ ଉପଦ୍ରବ କରୁଥିବା ଖବର ମିଳିଛି।
ବାଗଦୋର ପଞ୍ଚାୟତର ଡୁଡୁକାମାଲ, ଥୁଡିବାହାଲ ଗ୍ରାମରେ ହାତୀ ଆତଙ୍କ ଖେଳାଇଥିବା ବେଳେ କସାଖୁଣ୍ଟା ଗାଁର ସୁରେଶ ସିଂ ଧରୁଆ, ସଦାଶିବ ଧରୁଆ, ଗଣେଶ ମାଝୀ ଓ ଦଲୁ ମାଝୀଙ୍କ ଖଳାରେ ଜମା ହୋଇଥିବା ଧାନ ଖାଇଦେଇ ଜମିର ଧାନ ମାଡି ମକଚି ଦେଇଛନ୍ତି ହାତୀ ପଲ। ସେହିପରି ଡୁଡୁକାମାଲ ଗ୍ରାମର ବେଣୁ ମାଝୀ, ରୁପି ପାତ୍ର ଓ ଅନ୍ୟମାନଙ୍କର ଧାନ ଜମି ବ୍ୟାପକ କ୍ଷତି ହୋଇଥିବା ଦେଖିବାକୁ ମିଳିଛି। ସେହିପରି ଶୁକ୍ରବାର ବିଳମ୍ବିତ ରାତିରେ ସରମୁହାଣ ଗାଁର ଉସ୍ତା ସାହୁଙ୍କ ମାଟିଘର ଭାଙ୍ଗି ଦେବା ସହ ବାଇକ୍, ସାଇକେଲ, ଟେଲରିଂ ମସିନ ଓ ପାଣି ମଟରଙ୍କୁ ଭାଙ୍ଗିଦେଇ ଚୁର୍ମାର କରି ଦେଇଛନ୍ତି। ସେହିପରି ଗାଁର ନୂଆମୁଡାର ରମେଶ ଧରୁଆ ,ସତ୍ୟ ସିଂ ଧରୁଆ, ବଣକୁ ସୁବନ କେତକି, ଲକ୍ଷ୍ମୀ ଧରୁଆ, ଶତ୍ରୁଘନ ବନଛୋର, ଘନଶ୍ୟାମ ବନଛୋର, ବିଘ୍ନରାଜ ବନଛୋର ଖଳାରେ ଗଦା ହୋଇଥିବା ସମସ୍ତ ଧାନ ଖାଇ ଦେଇଥିବା ବେଳେ ହରଡ ଗଛ ଓ କପା ଗଛ ମାଡି ଦେଇଥିବା ଜଣାପଡିଛି। ୫୦ କ୍ୱିଣ୍ଟାଲରୁ ଉର୍ଦ୍ଧ ହରଡ ଓ କପା ନଷ୍ଟ କରିଥିବା ଚାଷୀମାନେ କାନ୍ଦି କାନ୍ଦି କହିଛନ୍ତି। ଏହାସହ ନୁନହାଡ ଗାଁର ନିମେଶ୍ୱର ସମରଥ, ଗଣେଶ ମାଝୀ, ଚମ୍ପେଶ୍ୱର ସମରଥଙ୍କ ଖଳାରେ ରଖା ହୋଇଥିବା ଧାନ ହାତୀ ପଲ ଖାଇଦେଇଥିବା ଅଭିଯୋଗ ହୋଇଛି। ଦିନକୁ ଦିନ ବେଲପଡା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିଲେ ହେଁ ବନ ବିଭାଗ କ୍ଷତିଗ୍ରସ୍ତ ଅଞ୍ଚଳକୁ ଆସି ଦେଖିଯାଉଛନ୍ତି ଯାହା। ହାତୀ ଘଉଡାଇବା ପାଇଁ କୌଣସି ଠୋସ୍ ପଦକ୍ଷେପ ନେଉ ନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ହାତୀ ଉପଦ୍ରବର କ୍ଷୟକ୍ଷତି ଆକଳନ କରି ଉଚିତ ସହାୟତା ଦେବାକୁ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories