www.samajalive.in
Wednesday, December 10, 2025
18.1 C
Bhubaneswar

ହାତୀଙ୍କ ଶୀତ ବସ୍ତ୍ର

ଶୀତର ଲହରୀରେ ମନୁଷ୍ୟ, ପ୍ରାଣୀ ସମସ୍ତେ ଅସ୍ତବ୍ୟସ୍ତ। ଘରର ଚାରିକାନ୍ଥରେ ରହି ପଶମ ପୋଷାକ ପିନ୍ଧିବା ସତ୍ତ୍ବେ ଶୀତରେ ଆମେମାନେ ଅଥୟ ହୋଇଯାଉଛେ। ଏତେ ସୁବିଧାରେ ରହିବା ପରେ ଥଣ୍ଡାର ପ୍ରକୋପରେ ମଣିଷ ବ୍ୟତିବ୍ୟସ୍ତ ହୋଇ ରୁମ୍ ହିଟର୍ ପରି ଯନ୍ତ୍ରର ଆବଶ୍ୟକତା ଚାହୁଁଛି। ପଶୁପକ୍ଷୀମାନେ ଯେ କିଭଳି ଶୀତକୁ ସହ୍ୟ କରୁଛନ୍ତି, ଏ ଧାରଣା ଖୁବ୍ କମ୍ ଲୋକଙ୍କ ମନରେ ଆସୁଥିବ। ଆମ ପରି ସେମାନେ ମଧ୍ୟ ଶୀତରେ ଅସ୍ଥିର, ହେଲେ ନିରୀହ ପ୍ରାଣୀମାନେ ଶବ୍ଦରେ ପରିପ୍ରକାଶ କରିବାକୁ ଅସମର୍ଥ। ଏଇ କଥାକୁ ହୃଦୟଙ୍ଗମ କରିଥିଲେ ମଥୁରା ନିବାସୀ କାର୍ତ୍ତିକ ସତ୍ୟନାରାୟଣନ୍। ସ୍ଥାନୀୟ ଅଞ୍ଚଳରେ ଥିବା ହାତୀ ସେବା କେନ୍ଦ୍ରରେ କାର୍ତ୍ତିକ ମୁଖ୍ୟ ଅଧିକାରୀ ଭାବେ କାର୍ଯ୍ୟରତ, ବିଭିନ୍ନ ପ୍ରାନ୍ତରୁ ଚୋରାରେ ଚାଲାଣ ହେଉଥିବା ହାତୀଙ୍କୁ ଧରାଯିବା ପରେ ଏଇ କେନ୍ଦ୍ରରେ ରଖାଯାଇଛି। ହାତୀଙ୍କ ଯତ୍ନ ନିଆଯିବା ସହ ସେମାନଙ୍କ ବଂଶବୃଦ୍ଧି ନିମନ୍ତେ ଯୋଜନାମାନ କାର୍ଯ୍ୟକାରୀ ହେଉଛି। ଶୀତରେ ମଥୁରାର ତାପମାତ୍ରା ୫-୬ ଡିଗ୍ରୀକୁ ଖସିଆସିବାବେଳେ ହାତୀମାନେ ଏଇ ଥଣ୍ଡାରେ ଅଥୟ ହେଉଥିବାର କାର୍ତ୍ତିକ ଲକ୍ଷ୍ୟ କଲେ। ପାଖ ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହାୟତାରେ ସେ ହାତୀଙ୍କ ପାଇଁ ହାତବୁଣା ପଶମ ପୋଷାକ ତିଆରି କରିବା ସହ ସେମାନଙ୍କୁ ଏସବୁ ପିନ୍ଧାଯାଉଛି ମଧ୍ୟ। କାର୍ତ୍ତିକଙ୍କ ମତରେ ଗରମ ବସ୍ତ୍ର ପିନ୍ଧି ଏଇ ଥଣ୍ଡା ପ୍ରକୋପରୁ ଅଳ୍ପକେ ହେଉପଛକେ ହାତୀମାନେ ରକ୍ଷା ପାଇପାରିବେ। ୨୦୧୭ରେ ପ୍ରଥମଥର ସ୍ଥାନୀୟ ସ୍ବୟଂ ସେବକ ମହିଳାଙ୍କ ସାହାଯ୍ୟରେ ୧୨ଟି ହାତୀଙ୍କ ପାଇଁ ପଶମ ପୋଷାକ ତିଆରି କରିଥିଲେ। ଏଥରକ କରୋନା କଟକଣାରେ ରହି କେନ୍ଦ୍ରରେ ଥିବା ୨୧ଟି ହାତୀଙ୍କ ପାଇଁ ପଶମ ପୋଷାକ ବୁଣା ହୋଇଛି, ଆସନ୍ତା ବର୍ଷକୁ ହାତୀଙ୍କ ପାଇଁ ମୋଟା କମ୍ବଳ ତିଆରି କରିବାର ଯୋଜନା ରଖିଛନ୍ତି କାର୍ତ୍ତିକ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories