ଚୌଦ୍ୱାର : କଟକ ବନଖଣ୍ଡ ଡ଼ାଲିଯୋଡ଼ା ରେଞ୍ଜ ନିକଟରେ ଥିବା ଏକ ଗାଁର ବିଲରେ ଶନିବାର ଦିନ ଏକ ଦନ୍ତା ହାତୀ ଅସୁସ୍ଥ ଅବସ୍ଥାରେ ପଡ଼ିଥିଲା। ରବିବାର ସକାଳେ ତା’ର ମୃତ୍ୟୁ ଘଟିଛି। ଏସିଏଫ ଶରତ କୁମାର ସାହୁଙ୍କ ଠାରୁ ଏହି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ହାତୀଟି ଅସୁସ୍ଥ ହୋଇ ବିଲ ନିକଟରେ ପଡ଼ିଥିବା ଶନିବାର ସକାଳେ ଲୋକେ ଦେଖିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀଙ୍କ ସହିତ ଏକ ଡ଼ାକ୍ତରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀଟିର ଚିକିତ୍ସା କରିଥିଲେ। ମାତ୍ର ହାତୀଟିର ପାଟି ସଂକ୍ରମିତ ହୋଇଯାଇଥିଲା। ପାଟିରେ ଘା’ ହୋଇଥିବାରୁ ସେ କିଛି ଦିନ ହେବ ଖାଦ୍ୟ ଖାଇ ପାରୁ ନଥିଲା। ତେଣୁ ତାର ଅବସ୍ଥା ଗୁରୁତର ହେବା ସହ ଚିକିତ୍ସା ସର୍ତ୍ତେ ମଧ୍ୟ ହାତୀଟିକୁ ବଞ୍ଚାଇ ପାରି ନଥିବା ସୂଚନା ମିଳିଛି।
ଅସୁସ୍ଥ ହାତୀର ମୃତ୍ୟୁ
Popular Categories



