ହାତୀଙ୍କ ସୁରକ୍ଷା ପାଇଁ ‘ଗଜବନ୍ଧୁ’ ଯୋଜନା

ଭୁବନେଶ୍ୱର : ହାତୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଦ୍ବାରା ‘ଗଜବନ୍ଧୁ’ ଯୋଜନା ଆରମ୍ଭ ହେବାକୁ ଯାଉଛି । ଏନେଇ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଅଜୟକୁମାର ମହାପାତ୍ର ଶନିବାର ସୂଚନା ଦେଇଛନ୍ତି । ରାଜ୍ୟରେ ହାତୀଙ୍କ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଏହି ଯୋଜନା ଆରମ୍ଭ କରାଯାଇଛି ।  ହାତୀଙ୍କ ଚଳପ୍ରଚଳ ରାସ୍ତାରେ ସିସିଟିଭି ଲଗାଯିବା ସହ ଦୁର୍ଘଟଣା ରୋକିବାକୁ ୬୫ ସ୍ଥାନରେ ସ୍ପିଡ୍ ବ୍ରେକର ଲଗାଯିବାର ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାରେ ସାଧାରଣ ଲୋକଙ୍କକୁ ସାମିଲ କରାଯିବ । ହାତୀଙ୍କ ସମ୍ପର୍କରେ ଯେଉଁମାନେ ସୂଚନା ଦେବେ ସେମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ଘୋଷଣା କରାଯାଇଛି ।

kalyan agarbati

Comments are closed.