www.samajalive.in
Monday, December 8, 2025
24.1 C
Bhubaneswar

ଦ୍ବିତୀୟ ଦିନରେ ୧୯୫୬ ବାଣିଜ୍ୟିକ ଉପଭୋକ୍ତାଙ୍କ ବିଜୁଳି କାଟିଲା ସେସୁ, ଆଦାୟ ୪ କୋଟି ୬୭ଲକ୍ଷ

ଭୁବନେଶ୍ବର: ବକେୟା ବିଦ୍ୟୁତ ବିଲ୍ ଦେଇ ନଥିବା ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛିନ୍ନ କରିବା ପକ୍ରିୟା ଦ୍ବିତୀୟ ଦିନରେ ପହଞ୍ଚିଛି । ଶୁକ୍ରବାର ଦ୍ବିତୀୟ ଦିନରେ ସେସୁ ପକ୍ଷରୁ ବକେୟା ବିଲ୍ ଦେଇନଥିବା ୨୦ଟି ଡିଭିଜନର ୨୪୭ ସେକ୍ସନରେ ୧ ହଜାର ୯୫୬ ବାଣିଜ୍ୟିକ ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛନ୍ନ କରାଯାଇଥିବା ବେଳେ ମୋଟ ୪ କୋଟି ୬୭ ଲକ୍ଷ ଟଙ୍କା ବକେୟା ବିଲ୍ ଆଦାୟ କରାଯାଇଥିବା ସୂଚନା ମିଳିଛି। ଶୁକ୍ରବାର ଦ୍ବିତୀୟ ଦିନରେ ସେସୁର ୪୮୦ ଜଣ ସ୍ବତନ୍ତ୍ର ବିଦ୍ୟୁତ ବିଚ୍ଛନ୍ନ କର୍ମଚାରୀ ବକେୟା ବିଦ୍ୟୁତ ବିଲ ଦେଇନଥିବା ୯ ହଜାର ୭୫୬ ବାଣିଜ୍ୟିକ ଉପଭୋକ୍ତାଙ୍କ ପାଖରେ ପହଞ୍ଚି ସେମାନଙ୍କ ବକେୟା ଦେବାପାଇଁ କହିଥିଲେ। ୯ ହଜାର ୭୫୬ ବାଣିଜ୍ୟିକ ଉପଭୋକ୍ତାଙ୍କ ମଧ୍ୟରୁ ଅଧିକାଶଂ ସେମାନଙ୍କ ବକେୟା ବିଦ୍ୟୁତ ବିଲ ପୈଠ କରିଥିଲେ। ସେମାନଙ୍କ ମଧ୍ୟରୁ ୧ହଜାର ୯୦୨ ଜଣ ବାଣିଜ୍ୟିକ ଉପଭୋକ୍ତା ସେମାନଙ୍କର ବିଦ୍ୟୁତ ବିଲରେ ତ୍ରୁଟି ଥିବା ଦର୍ଶାଇଥିବା ବେଳେ ୪ ହଜାର ୪୪୬ ବାଣିଜ୍ୟିକ ଉପଭୋକ୍ତା ସେମାନଙ୍କର ବିଦ୍ୟୁତ ବିଲ ଇନଷ୍ଟଲମେଣ୍ଟରେ ପୈଠ କରିବେ ବୋଲି କହିଥିଲେ। ୯ ହଜାର ୭୫୬ ବାଣିଜ୍ୟିକ ଉପଭୋକ୍ତାଙ୍କ ମଧ୍ୟରୁ ୧ ହଜାର ୯୫୬ ବାଣିଜ୍ୟିକ ଉପଭୋକ୍ତା କର୍ମଚାରୀ ମାନଙ୍କୁ ବକେୟା ବିଦ୍ୟୁତ ବିଲ ଦେଇ ନଥିଲେ ଯାହା ଫଳରେ ବିଦ୍ୟୁତ ବିଚ୍ଛନ୍ନ କର୍ମଚାରୀ ସେମାନଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଥିଲେ।

ସେସୁର ସୂଚନା ଅନୁସାରେ ଶୁକ୍ରବାର ସେସୁ ପିପିଲିରେ ଜଣେ ହୋଟେଲ ମାଲିକଙ୍କ ନାଁରେ ପିପିଲି ଥାନାରେ ମାମଲା ଦାୟର କରିଛି। କାରଣ ଗତକାଲି କରାଯାଇଥିବା ବିଦ୍ୟୁତ ବିଚ୍ଛିନ୍ନ ପକ୍ରିୟାରେ ହୋଟେଲ ମାଲିକ ତାଙ୍କର ୩ ଲକ୍ଷ ବକେୟା ବିଲ ପୈଠ କରିନଥିବାରୁ ତାଙ୍କ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଥିଲା। କିନ୍ତୁ ହୋଟେଲ ମାଲିକ ବେଆଇନ ଭାବେ ପୁଣିଥରେ ବିଦ୍ୟୁତ ସଂଯୋଗ କରିଦେଇଥିଲେ। ସେସୁ ଶୁକ୍ରବାର ପୁଣି ଥରେ ଉକ୍ତ ହୋଟେଲର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ସହ ପିପିଲି ଥାନାରେ ହୋଟେଲ ମାଲିକଙ୍କ ନାଁରେ ଏକ ମାମଲା ଦାୟର କରିଥିବା ସୂଚନା ଦେଇଛି।

- Advertisement -

ସୂଚନାଯୋଗ୍ୟ ଗତକାଲି ପ୍ରଥମ ଦିନରେ ସେସୁ ପକ୍ଷରୁ ୧ହଜାର ୫୪୫ଜଣ ଉପଭୋକ୍ତାଙ୍କ ଘରୁ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଥିବା ବେଳେ ଅନ୍ୟ ଉପଭୋକ୍ତାଙ୍କ ପାଖରୁ ୫କୋଟି ୩୮ଲକ୍ଷ ଟଙ୍କାର ବକେୟା ବିଦ୍ୟୁତ ବିଲ୍ ଆଦାୟ କରାଯାଇଥିଲା। ଏଥି ମଧ୍ୟରୁ ୩ହଜାର ୯୭୧ଜଣ ଉପଭୋକ୍ତା ସେମାନଙ୍କ ବିଦ୍ୟୁତ ବିଲରେ ତ୍ରୁଟି ଥିବା ଅଭିଯୋଗ କରିଥିବା ବେଳ ୨ହଜାର ୩୪୬ଜଣ ଉପଭୋକ୍ତାଙ୍କୁ ଇନଷ୍ଟଲମେଣ୍ଟରେ ବିଦ୍ୟୁତ ବିଲ ଦେବା ପାଇଁ କହିଥିଲେ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories