ଭୁବନେଶ୍ବର: ବକେୟା ବିଦ୍ୟୁତ ବିଲ୍ ଦେଇ ନଥିବା ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛିନ୍ନ କରିବା ପକ୍ରିୟା ଚତୁର୍ଥ ଦିନରେ ପହଞ୍ଚିଛି । ରବିବାର ଚତୁର୍ଥ ଦିନରେ ସେସୁ ପକ୍ଷରୁ ବକେୟା ବିଲ୍ ଦେଇନଥିବା ୨୦ଟି ଡିଭିଜନର ୨୪୭ ସେକ୍ସନରେ ୧ ହଜାର ୧୫୨ ବାଣିଜ୍ୟିକ ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛନ୍ନ କରାଯାଇଥିବା ବେଳେ ମୋଟ ୩ କୋଟି ୬୨ ଲକ୍ଷ ଟଙ୍କା ବକେୟା ବିଲ୍ ଆଦାୟ କରାଯାଇଥିବା ସୂଚନା ମିଳିଛି।
ରବିବାର ଚତୁର୍ଥ ଦିନରେ ସେସୁର ୪୭୮ ଜଣ ସ୍ବତନ୍ତ୍ର ବିଦ୍ୟୁତ ବିଚ୍ଛନ୍ନ କର୍ମଚାରୀ ବକେୟା ବିଦ୍ୟୁତ ବିଲ ଦେଇନଥିବା ୮ ହଜାର ୮୮୦ ବାଣିଜ୍ୟିକ ଉପଭୋକ୍ତାଙ୍କ ପାଖରେ ପହଞ୍ଚି ସେମାନଙ୍କ ବକେୟା ଦେବାପାଇଁ କହିଥିଲେ। ୮ ହଜାର ୮୮୦ ବାଣିଜ୍ୟିକ ଉପଭୋକ୍ତାଙ୍କ ମଧ୍ୟରୁ ଅଧିକାଶଂ ସେମାନଙ୍କ ବକେୟା ବିଦ୍ୟୁତ ବିଲ ପୈଠ କରିଥିଲେ। ସେମାନଙ୍କ ମଧ୍ୟରୁ ୧ ହଜାର ୭୨୭ ଜଣ ବାଣିଜ୍ୟିକ ଉପଭୋକ୍ତା ସେମାନଙ୍କର ବିଦ୍ୟୁତ ବିଲରେ ତ୍ରୁଟି ଥିବା ଦର୍ଶାଇଥିବା ବେଳେ ୪ ହଜାର ୫୪୮ ବାଣିଜ୍ୟିକ ଉପଭୋକ୍ତା ସେମାନଙ୍କର ବିଦ୍ୟୁତ ବିଲ ଇନଷ୍ଟଲମେଣ୍ଟରେ ପୈଠ କରିବେ ବୋଲି କହିଥିଲେ। ୮ ହଜାର ୮୮୦ ବାଣିଜ୍ୟିକ ଉପଭୋକ୍ତାଙ୍କ ମଧ୍ୟରୁ ୧ ହଜାର ୧୫୨ ବାଣିଜ୍ୟିକ ଉପଭୋକ୍ତା କର୍ମଚାରୀ ମାନଙ୍କୁ ବକେୟା ବିଦ୍ୟୁତ ବିଲ ଦେଇ ନଥିଲେ ଯାହା ଫଳରେ ବିଦ୍ୟୁତ ବିଚ୍ଛନ୍ନ କର୍ମଚାରୀ ସେମାନଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଥିଲେ।
ସେସୁ ପକ୍ଷରୁ ଆରମ୍ଭ ହୋଇଥିବା ଏହି ବିଦ୍ୟୁତ ବିଚ୍ଛିନ୍ନ ପକ୍ରିୟା ଚତୁର୍ଥ ଦିନରେ ପହଞ୍ଚି ଥିବା ବେଳେ ମୋଟ ୬ ହଜାର ୨୭୫ ଜଣ ବାଣିଜ୍ୟିକ ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଛି। ଏହି ୪ ଦିନରେ ୧୮ କୋଟି ୫୩ ଲକ୍ଷ ବେକେୟା ବିଦ୍ୟୁତ ବିଲ୍ ଆଦାୟ ହୋଇଥିବା ବେଳେ ଅନଲାଇନରେ ମଧ୍ୟ ୧କୋଟି ୧ ଲକ୍ଷ ବକେୟା ବିଦ୍ୟୁତ ବିଲ୍ ପୈଠ ହୋଇଥିବା ସେସୁ ସୂଚନା ଦେଇଛି।
ଆଜି ରବିବାର ଥିବା ସତ୍ତେ ସେସୁ ତାର ସମସ୍ତ କାର୍ୟ୍ୟାଳୟ ଖୋଲା ରଖିଥିଲା ଏବଂ ଏହି କାର୍ୟ୍ୟାଳୟ ମାନଙ୍କରେ ବିଦ୍ୟୁତ ଉପଭୋକ୍ତାମାନେ ସେମାନଙ୍କର ବକେୟା ବିଲ ପୈଠ କରିଥିଲେ। ସେସୁର ଏହି ବିଦ୍ୟୁତ ବିଚ୍ଛିନ୍ନ ପ୍ରକିୟା ଚତୁର୍ଥ ଦିନରେ ପହଞ୍ଚି ଥିବା ବେଳେ ମୋଟ ୬ ହଜାର ୨୭୫ ବାଣିଜ୍ୟିକ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ଆଜି ଚତୁର୍ଥ ଦିନରେ ଗତ ୩ ଦିନ ମଧ୍ୟରେ ବକେୟା ବିଲ ପୈଠ ନକରି ବିଦ୍ୟୁତ ସଂଯୋଗ କଟିଥିବା ୨ହଜାର ୭୪୦ ଜଣ ବାଣିଜ୍ୟିକ ଉପଭୋକ୍ତାଙ୍କ ବିଦ୍ୟୁତ ପୁନଃ ସଂଯୋଗ କରାଯାଇଛି। କାରଣ ସେମାନେ ତାଙ୍କର ବକେୟା ବିଲ ପୈଠ କରିଛନ୍ତି। ଏହା ସହ ସେସୁ ପୁଣି ଥରେ ବକେୟା ବିଦ୍ୟୁତ ବିଲ୍ ଦେଇନଥିବା ଉପଭୋକ୍ତାଙ୍କୁ ଶିଘ୍ର ବିଲ୍ ପୈଠ କରିବାକୁ ଅନୁରୋଧ କରିଛି।



