www.samajalive.in
Wednesday, December 10, 2025
18.1 C
Bhubaneswar

ପାକ ଅଧିକୃତ କାଶ୍ମୀର ନିର୍ବାଚନରେ ବ୍ୟାପକ ଜାଲିଆତି; ପାକିସ୍ତାନ ସୈନ୍ୟ ବାହିନୀ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ

କୋଟଲି: ପାକିସ୍ତାନ ଅଧିକୃତ କାଶ୍ମୀରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପାକିସ୍ତାନର ଶାସକ ଇମ୍ରାନ ଖାଁଙ୍କ ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ) ବ୍ୟାପକ ଜାଲିଆତି କରିଥିବା ଅଭିଯୋଗ ହୋଇଛି । ଜୁଲାଇ ୨୫ରେ ଏଠାରେ ଅନୁଷ୍ଠିତ ନିର୍ବାଚନରେ ପାକିସ୍ତାନ ସୈନ୍ୟବାହିନୀ ସହଯୋଗରେ ଇମ୍ରାନଙ୍କ ଦଳ ଏଭଳି କାଣ୍ଡ ଘଟାଇଥିବା କୁହାଯାଇଛି । ନିର୍ବାଚନରେ ପିଟିଆଇ ୨୫ଟି ଆସନରେ ବିଜୟୀ ହୋଇଥିବାବେଳେ ପାକିସ୍ତାନ ପିପୁଲ୍ସ ପାର୍ଟି ୧୧ ଏବଂ ପାକିସ୍ତାନ ମୁସଲିମ ଲିଗ-ନୱାଜ ୬ଟି ଆସନ ହାସଲ କରିଛି । ପାକ ଅଧିକୃତ କାଶ୍ମୀର ବିଧାନସଭାରେ ମୋଟ ୫୩ ଆସନ ରହିଛି । ତେବେ ସେଥିମଧ୍ୟରୁ ୪୫ଟି ଆସନରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ସମୟରେ ପିଟିଆଇ ପକ୍ଷରୁ ଯେଉଁଭଳି ବଳପ୍ରୟୋଗ ଏବଂ ହିଂସାତ୍ମକ ଘଟଣା ଘଟାଗଲା ତାହାକୁ ବିରୋଧୀ ରାଜନୈତିକ ଦଳଗୁଡିକ କଡା ସମାଲୋଚନା କରିଛନ୍ତି । ଏହା କେବଳ ଲୋକ ଦେଖାଣିଆ ନିର୍ବାଚନ ଏବଂ ଏକ ତାମସା ଥିଲା ବୋଲି ପାକ ଅଧିକୃତ କାଶ୍ମୀରର ପ୍ରଧାନମନ୍ତ୍ରୀ ରାଜା ଫାରୁକ ହାଇଦର କହିଛନ୍ତି ।

ଇତିମଧ୍ୟରେ ପାକିସ୍ତାନ ମୁସଲିମ ଲିଗ ନୱାଜର ଉପସଭାପତି ମରୟମ ନୱାଜ ପାକ ଅଧିକୃତ କାଶ୍ମୀରରେ ହୋଇଥିବା ନିର୍ବାଚନ ଫଳାଫଳ ଗ୍ରହଣ କରିବାକୁ ମନା କରିଦେଇଛନ୍ତି । ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ ଜର୍ଦାରୀ ମଧ୍ୟ ଅଭିଯୋଗ କରିଛନ୍ତି ଯେ ନିର୍ବାଚନରେ ବ୍ୟାପକ ଜାଲିଆତି କରାଯାଇଛି ଏବଂ ସେ ଏହାର ଫଳାଫଳକୁ ଗ୍ରହଣ କରୁନହାନ୍ତି । ଗିଲଗିଟ-ବଲଟିସ୍ତାନରେ ନିର୍ବାଚନ ପାକିସ୍ତାନ ନିର୍ବାଚନ ଅନୁଷ୍ଠିତ କରାଇବା ଘଟଣାକୁ ଭାରତ ଦୃଢ ନିନ୍ଦା କରିଛି ଏବଂ ସାମରିକ ବଳପ୍ରୟୋଗ ଦ୍ୱାରା ଦଖଲ କରାଯାଇଥିବା ଉକ୍ତ ଅଞ୍ଚଳର ମାନ୍ୟତାରେ କୌଣସି ପରିବର୍ତ୍ତନ ଆଣିଲେ ତାହା ଆଇନତଃ ବୈଧ ହେବନାହିଁ ବୋଲି କହିଛି । ଇତିମଧ୍ୟରେ ପାକ ଅଧିକୃତ କାଶ୍ମୀରରେ ପାକିସ୍ତାନ ସୈନ୍ୟଙ୍କ ମାତ୍ରାଧିକ ବଳପ୍ରୟୋଗକୁ ବିଭିନ୍ନ ରାଜନୈତିକ ଦଳ କଡା ବିରୋଧ କରିଛନ୍ତି।

Hot this week

ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories