www.samajalive.in
Saturday, December 6, 2025
26.1 C
Bhubaneswar

ମତଦାନ ବେଳେ ମାତିଲେ ଦୁର୍ବୃତ୍ତ, ନେଇଗଲେ ଭୋଟ୍‍ ବାକ୍ସ

ଜଗତସିଂହପୁର: ମତଦାନ ବେଳେ ମାତିଲେ ଦୁର୍ବୃତ୍ତ । ନିର୍ବାଚନକୁ ନେଇ ପଟସରା କେନ୍ଦ୍ରରେ ଉତ୍ତେଜନା ଦେଖା ଦେଇଛି । ସଦର ବ୍ଲକର ପଟସରା କେନ୍ଦ୍ରର ୧ ଓ ୨ ନମ୍ବର ବୁଥରେ ଉତ୍ତେଜନା ଲାଗି ରହିଛି । ଉତ୍ତେଜନା ଯୋଗୁ ମତଦାନକୁ ବନ୍ଦ କରିଦିଆଯାଇଛି । ଦୁର୍ବୃତ୍ତ ମାନେ ମତଦାନ କେନ୍ଦ୍ରରେ ପଶିବା ସହ ଭୋଟ୍‍ ବାକ୍ସ ଭାଙ୍ଗିଥିବା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ ଦୁର୍ବୃତ୍ତ ମାନେ ଭୋଟ୍‍ ବାକ୍ସ ଭାଙ୍ଗିବା ପରେ ଭୋଟ୍‍ ବାକ୍ସ ନେଇ ମଧ୍ୟ ପଳାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରୁଛି । ତେବେ କେଉଁ ମାନେ ଏପରି ଘଟଣା ଘଟାଇଛନ୍ତି ତାହା ଜଣାପଡ଼ିନାହିଁ । ପୋଲିସ ତଦନ୍ତ ଚଳାଇଛି ।

Hot this week

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

Related Articles

Popular Categories