www.samajalive.in
Tuesday, December 9, 2025
16.1 C
Bhubaneswar

ଦେବୋତ୍ଥାନ ଏକାଦଶୀରେ ତୁଳସୀ ବିବାହ : ଏଭଳି କରନ୍ତୁ ପୂଜାର୍ଚ୍ଚନା

ଆଜି ହେଉଛି ପବିତ୍ର ଦେବୋତ୍ଥାନ ଏକାଦଶୀ। ଏହି ଦିନ ଉପବାସ କରିବା ସହ ତୁଳସୀ ବିବାହର ବିଶେଷ ମହତ୍ତ୍ୱ ରହିଛି।
କାର୍ତ୍ତିକ ମାସର ଶୁକ୍ଳ ପକ୍ଷର ଦେବଉଠନୀ ଏକାଦଶୀରେ ତୁଳସୀ ବିବାହ କରାଯାଇଥାଏ। ଏହି ଦିନ ଭଗବାନ ବିଷ୍ଣୁଙ୍କ ଶାଳଗ୍ରାମ ସ୍ୱରୂପ ସହ ତୁଳସୀଙ୍କ ବିବାହ ହୋଇଥାଏ। ତୁଳସୀ ବିବାହ କରାଇବା କନ୍ୟାଦାନ କରାଇବା ପୁଣ୍ୟ ସହ ସମାନ ବୋଲି କୁହାଯାଏ। ଏପରି କରିବା ଦ୍ୱାରା ଗୃହରେ ସୁଖ, ସମୃଦ୍ଧି, ବୈଭବ- ମଙ୍ଗଳ ବିରାଜିତ ହୋଇଥାଏ।
ଦେବୋତ୍ଥାନ ଏକାଦଶୀ ଦିନ ଭଗବାନ ବିଷ୍ଣୁ ନିଦ୍ରାରୁ ଜାଗ୍ରତ ହୋଇଥାନ୍ତି। ଏଥିରେ ଦେବୀ-ଦେବତାଗଣ ଖୁସି ହୋଇ ଏହି ଦିନ ଦୀପ ଉତ୍ସବ ପାଳନ କରିଥାନ୍ତି। ଏହିଦିନ ଭଗବାନ ବିଷ୍ଣୁଙ୍କ ବିଶେଷ କୃପା ପାଇବା ପାଇଁ ନିଜ ଘରେ ଦୀପ ଜଳାନ୍ତୁ।ଭଗବାନ ବିଷ୍ଣୁ ଆଷାଢ ଶୁକ୍ଳ ଏକାଦଶୀ ଠାରୁ ଚାରି ମାସ ଯାଏଁ କ୍ଷୀର ସାଗରରେ ଶୟନ କରିଥାଆନ୍ତି। ପୁଣି କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଉଠିଥାଆନ୍ତି। ଏହି ଚାରି ମାସ ଦେବ ଶୟନ କାରଣରୁ ସମସ୍ତ ମାଙ୍ଗଳିକ କାର୍ୟ୍ୟ ବନ୍ଦ ଥାଏ। ଯେଉଁ ସମୟରେ ଭଗବାନ ଦେବ (ଭଗବାନ ବିଷ୍ଣୁ) ଶୟନରୁ ଜାଗ୍ରତ ହୁଅନ୍ତି, ସେବେଠାରୁ ମାଙ୍ଗଳିକ କାର୍ୟ୍ୟ ଆରମ୍ଭ ହୋଇଥାଏ। ଦେବ ଜାଗରଣ କିମ୍ବା ଉତ୍ଥାନ ହୋଇଥିବାରୁ ଏହାକୁ ଦେବୋତ୍ଥାନ ଏକାଦଶୀ କୁହାଯାଏ।
ତୁଳସୀ ବିବାହ ଆବଶ୍ୟକୀୟ ଜିନିଷ ; ବିଧି
ଆଖୁ, ବିବାହ ପାଇଁ ସଧବା ନାରୀଙ୍କ ଶୃଙ୍ଗାରର ସମସ୍ତ ସାମଗ୍ରୀ, ଘିଅ, ଦୀପ, ସିନ୍ଦୂର, ଚନ୍ଦନ, ନୈବେଦ୍ୟ, ଫୁଲ ଇତ୍ୟାଦି।
ତୁଳସୀ ଚଉରାକୁ ଭଲ ଭାବେ ବିଭିନ୍ନ ସାମଗ୍ରୀ ଓ ଫୁଲରେ ସଜାଇ ଦିଅନ୍ତୁ।
ତୁଳସୀ ଚଉରାର ଚାରି ପାଖରେ ଆଖୁ ରଖି ମଣ୍ଡପ ଭଳି ପ୍ରସ୍ତୁତ କରନ୍ତୁ।
ତୁଳସୀଙ୍କ ଉପରେ ଲାଲ ରଙ୍ଗର ଓଢଣୀ ରଖନ୍ତୁ। ଲାଲ ଚୂଡ଼ି ଓ ବିଭିନ୍ନ ଶୃଙ୍ଗାର ଦ୍ରବ୍ୟ ଅର୍ପଣ କରନ୍ତୁ। ପୂଜାର ସମସ୍ତ ବିଧି କରନ୍ତୁ।
ଭଗବାନ ଶାଳଗ୍ରାମଙ୍କ ମୂର୍ତ୍ତି ସିଂହାସନ ସହ ତୁଳସୀଙ୍କ ଚାରିପାଖରେ ପରିକ୍ରମା କରନ୍ତୁ। ଆଳତୀ କରି ସମସ୍ତ ପୂଜା ବିଧି ପାଳନ କରନ୍ତୁ।
ଶୀଘ୍ର ବିବାହ ପାଇଁ କରନ୍ତୁ ଏହି ଉପାୟ –
ଲାଲ କିମ୍ବା ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ।
ପ୍ରଭୁ ଶାଳଗ୍ରାମଙ୍କୁ ହଳଦିଆ ରଙ୍ଗର ଆସନରେ ବସାଇ ଚନ୍ଦନ ଅର୍ପଣ କରନ୍ତୁ।
ଏହାପରେ ପ୍ରଭୁଙ୍କ ସମ୍ମୁଖରେ ତୁଳସୀଙ୍କୁ ରଖି ପୂଜା କରନ୍ତୁ। ପୂଜା ପରେ ଆଳତୀ କରି ଶୀଘ୍ର ବିବାହ ହେବା ପାଇଁ ପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories