www.samajalive.in
Tuesday, December 9, 2025
16.1 C
Bhubaneswar

ଫରେଷ୍ଟ ଗାର୍ଡଙ୍କୁ ଦଳିଦେଲା ହାତୀ

ଅନୁଗୁଳ : ହାତୀ ଘଉଡ଼ାଉଥିବା ବେଳେ ଫରେଷ୍ଟ ଗାର୍ଡଙ୍କୁ ଦଳିଦେଲା ହାତୀ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏଭଳି ଅଘଟଣ ଘଟିଛି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ ପଞ୍ଚାୟତରେ। ମୃତ ଫରେଷ୍ଟଗାର୍ଡ ଜଣକ ହେଲେ ଶରତ ଘଡ଼େଇ। ତାଙ୍କ ଘର ତାଳଚେର ଅଞ୍ଚଳରେ। ସେ ଅନୁଗୁଳ ବନଖଣ୍ଡ ବିଭାଗରେ ଫରେଷ୍ଟ ଗାର୍ଡ ଭାବରେ କାର୍ଯ୍ୟ କରୁଥିଲେ।

ଗତକାଲି ରାତିରେ କୁଲାଡ ଗାଁକୁ ହାତୀ ପଲ ପଶି ଆସିଥିଲେ। ଗ୍ରାମବାସୀ ହାତୀ ଘଉଡାଇବା ପାଇଁ ବନ ବିଭାଗକୁ ଖବର ଦେଇଥିଲେ। ଫରେଷ୍ଟ ଗାର୍ଡ ଶରତଙ୍କ ସହ ଅନ୍ୟ ବନ କର୍ମଚାରୀ ସେଠାରେ ପହଞ୍ଚି ହାତୀ ଘଉଡାଇଥିଲେ। ହାତୀ ଘଉଡାଇବା ସମୟରେ ଜଙ୍ଗଲୀ ହାତୀ ବନ କର୍ମଚାରୀଙ୍କ ଆଡକୁ ମାଡ଼ି ଆସିଥିଲା। ଅନ୍ୟ କର୍ମଚାରୀ ଦୌଡ଼ି ପଳାଯାଇଥିବା ବେଳେ ଶରତ ତଳେ ପଡ଼ିଯାଇଥିଲେ। ହାତୀ ତାଙ୍କୁ ଦଳି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବନ ବିଭାଗ ପକ୍ଷରୁ ଶରତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଅନ୍ୟପକ୍ଷରେ ଶରତଙ୍କ ପରିବାର ଲୋକ କ୍ଷତିପୂରଣ ଦାବିରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ୨୦ଲକ୍ଷ ଟଙ୍କା ସହାୟତା ରାଶି ସହ ପରିବାରର ଜଣଙ୍କୁ ଚାକିରି ଦେବାକୁ ସେମାନେ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories