www.samajalive.in
Tuesday, December 9, 2025
16.1 C
Bhubaneswar

ହାର୍ବାର୍ଡ ବିଶ୍ୱବିଦ୍ୟାଳୟରେ ନାମଲେଖାଇ ପାରିବେନି ବିଦେଶୀ ଛାତ୍ରଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ହାର୍ବାର୍ଡ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଙ୍କ ପ୍ରବେଶ ଉପରେ ରୋକ ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏବେ ବିଦେଶୀ ଛାତ୍ରଛାତ୍ରୀମାନେ ଏହି ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ପାରିବେନି । ଗୁରୁବାର ଟ୍ରମ୍ପ ପ୍ରଶାସନର ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ଏହି ନିଷ୍ପତି ନେଇଛି । ସରକାରୀ ତଥ୍ୟ ଅନୁସାରେ ପ୍ରତିବର୍ଷ ୫୦୦ରୁ ୮୦୦ ଭାରତୀୟ ଛାତ୍ରଛାତ୍ରୀ ଏଠାରେ ନାମ ଲେଖାଇଥାନ୍ତି । ସାରା ବିଶ୍ୱରୁ ବର୍ତ୍ତମାନ ହାର୍ବାର୍ଡ ବିଶ୍ୱବିଦ୍ୟାଳୟରେ ୬ହଜାର ୮୦୦ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ । ଟ୍ରମ୍ପଙ୍କ ଏଭଳି ନିଷ୍ପତି ପରେ ଏହି ସବୁ ଛାତ୍ରଛାତ୍ରୀଙ୍କ ଅଡୁଆ ବଢିପାରେ ।

ଗତ କିଛି ଦିନ ଧରି ବିଦେଶୀ ଛାତ୍ରଛାତ୍ରୀଙ୍କ ସହିତ ଜଡ଼ିତ ରେକର୍ଡକୁ ନେଇ ଆମେରିକା ସରକାର ଏବଂ ହାର୍ବାର୍ଡ ବିଶ୍ୱବିଦ୍ୟାଳୟ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଗତ ମାସରେ ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ଏକ କଡା ଚେତାବନୀ ଜାରି କରିଥିଲା ଯେ ଯଦି ବିଶ୍ୱବିଦ୍ୟାଳୟ ଏପ୍ରିଲ ୩୦ସୁଦ୍ଧା ବିଦେଶୀ ଛାତ୍ରଛାତ୍ରୀଙ୍କ ବେଆଇନ ଏବଂ ହିଂସାତ୍ମକ ମାମଲାର ରେକର୍ଡ ପ୍ରଦାନ ନକରେ ତେବେ ସେମାନଙ୍କର ଏସ୍‍ଇଭିପି ଅର୍ଥାତ ଷ୍ଟୁଡେଣ୍ଟ ଆଣ୍ଡ ଏକ୍ସଚେଞ୍ଜ ଭିଜିଟର୍‍ ପ୍ରୋଗ୍ରାମ ସାଟିଫିକେସନ୍‍ ବାତିଲ କରାଯିବ । ଏହାପରେ ବିଶ୍ୱବିଦ୍ୟାଳୟ ବିଦେଶୀ ଛାତ୍ରଛାତ୍ରୀଙ୍କ ରେକର୍ଡ ପ୍ରଦାନ କରିଥିଲା । କିନ୍ତୁ ଟ୍ରମ୍ପ ପ୍ରଶାସନ ଏଥିରେ ଅସନ୍ତୁଷ୍ଟ ପ୍ରକାଶ କରିଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories