www.samajalive.in
Monday, December 8, 2025
27.1 C
Bhubaneswar

ଶୀତରେ ଖାଆନ୍ତୁ ଶାଗ

ଅନ୍ୟ ଋତୁ ତୁଳନାରେ ଶୀତ ଦିନେ ବଜାରର ଦୃଶ୍ୟପଟ ଭିନ୍ନ। ବିଭିନ୍ନ ପ୍ରକାରର ପନିପରିବା ଓ ଫଳମୂଳର ଭିଡ଼ ଏଇ ଋତୁରେ ଦେଖିବାକୁ ମିଳେ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ବୟସର ଲୋକ ଶୀତଦିନିଆ ପନିପରିବାର ପୋଷକତତ୍ତ୍ବ ବାବଦରେ ଅବଗତ ହେବା ଜରୁରୀ। ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ପନିପରିବା ମଧ୍ୟରେ ଶାଗର ଭୂମିକା ଗୁରୁତ୍ବପୂର୍ଣ୍ଣ। ଏହି ଋତୁରେ ନିଜ ଦୈନନ୍ଦିନ ଖାଦ୍ୟ ତାଲିକାରେ କିସମକିସମର ଶାଗକୁ ସାମିଲ କରନ୍ତୁ।

  •  ମେଥି ଶାଗ, ଏହାକୁ ବିଭିନ୍ନ ଉପାୟରେ ଉପଯୋଗ କରିହେବ। ଏଇ ଶାଗକୁ ଭାଜି ନଚେତ୍ ମେଥି ଶାଗର ରୁଟି ମଧ୍ୟ ପ୍ରସ୍ତୁତ କରି ଖାଇପାରିବେ। ଭିଟାମିନ୍ ସି, ଫାଇବର୍, ପ୍ରୋଟିନ୍, ଲୌହ, ମ୍ୟାଗ୍ନେସିୟମ୍, ଜିଙ୍କ୍, କପର୍, ଫଲିକ୍ ଏସିଡ୍ ଇତ୍ୟାଦି ତତ୍ତ୍ବ ମେଥି ଶାଗରେ ମହଜୁଦ୍ ଥିବାବେଳେ ମଧୁମେହ ରୋଗୀଙ୍କ ପାଇଁ ଏହା ଔଷଧ ଭଳି କାମ କରେ। ପେଟ ସମସ୍ୟା ଉପୁଜୁଥିଲେ କିମ୍ବା ଖାଦ୍ୟ ବଦ୍‌ହଜମ ହେଉଥିଲେ, ଏଇ ଶାଗ ଖାଇଲେ ଉପଶମ ମିଳୁଥିବାର ବିଶେଷଜ୍ଞଙ୍କ ମତ।
  •  ପଞ୍ଜାବରେ ଶୀତଦିନିଆ ମୁଖ୍ୟ ଭୋଜନ ଭାବେ ମକ୍କା ରୁଟି ଓ ସୋରିଷ ସାଗ ଜଣାଯାଏ। ସୁଆଦିଆ ଏଇ ସୋରିଷ ଶାଗ ଆମ ଆଖିର ଜ୍ୟୋତି ବଢ଼ାଇବାରେ ସହାୟକ। ଭିଟାମିନ୍ ଏ, ବି-୧୨, ସି, ଫାଇବର୍, ଲୌହ ଭରପୂର ସୋରିଷ ଶାଗ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ନିୟମିତ ଏଇ ଶାଗ ଖାଇଲେ ଓଜନ ମଧ୍ୟ ନିୟନ୍ତ୍ରଣରେ ରହୁଥିବାର ଅନୁଧ୍ୟାନରୁ ପ୍ରକାଶ।
  •  ସବୁ ଋତୁରେ ମିଳୁଥିବା ପାଳଙ୍ଗ ଶାଗ ଶୀତଋତୁରେ ନିୟମିତ ଖାଇବାର ଅଭ୍ୟାସ କରନ୍ତୁ। ଶୀତରେ କେଶଝଡ଼ା ସମସ୍ୟା ସବୁଠୁ ଅଧିକ, ପାଳଙ୍ଗ ଶାଗର ପୋଷକତତ୍ତ୍ବ କେଶ ଘନତ୍ବ ବୃଦ୍ଧିରେ ସହାୟକ ହୋଇଥାଏ। ଫାଇବର୍, ପ୍ରୋଟିନ୍ ଭରପୂର ଏହି ଶାଗ ଖାଇଲେ ଶରୀରକୁ ଶକ୍ତି ମଧ୍ୟ ମିଳେ।
  •  ଲେଉଟିଆ, ବ୍ରାହ୍ମୀ, ଶୁନଶୁନିଆ ଇତ୍ୟାଦି ଯେ କୌଣସି ପ୍ରକାରର ଶାଗ ଖାଇବା ଆମ ସ୍ବାସ୍ଥ୍ୟ ପାଇଁ ଭଲ। ବିଶେଷ କରି ଶୀତଦିନିଆ ପରିବେଶରେ ଶରୀରକୁ ଏସବୁ ଶାଗ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଉଥିବାର ବିଶେଷଜ୍ଞଙ୍କ ମତ

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories