www.samajalive.in
Monday, December 8, 2025
27.1 C
Bhubaneswar

ବିଶ୍ବସ୍ତରୀୟ ହେବ ଓଡ଼ିଶାର ବାନ୍ଧକଳା

ଭୁବନେଶ୍ବର : ଓଡ଼ିଶାର ବାନ୍ଧକଳା ‘ଇକାତ’ ଡିଜାଇନ ବିଶ୍ବସ୍ତରୀୟ ବ୍ରାଣ୍ଡ ହେବାକୁ ଯାଉଛି। ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଆକର୍ଷଣୀୟ ଡିଜାଇନର ଗୌରବ ଅର୍ଜନ କରିଥିବା ଏହି ବ୍ରାଣ୍ଡର ଯେପରି ପ୍ରଚାର ପ୍ରସାର ହେବ ସେଥିପ୍ରତି ଦୃଷ୍ଟି ଦେବା ସହ ବୟନ, ହସ୍ତତନ୍ତ କ୍ଷେତ୍ରରେ ଅଧିକରୁ ଅଧିକ ଘରୋଇ ପୁଞ୍ଜିନିବେଶ ପାଇଁ ନିଷ୍ପତ୍ତି ହୋଇଛି।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୟନ, ହସ୍ତଶିଳ୍ପ ଓ ହସ୍ତକଳା ବିଭାଗର ସମୀକ୍ଷା ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଓଡ଼ିଶାରେ ପ୍ରସ୍ତୁତ ହେଉଥିବା ଉତ୍କୃଷ୍ଟ ହସ୍ତତନ୍ତ ସାମଗ୍ରୀ ଯେପରି ଆନ୍ତର୍ଜାତିକସ୍ତରରେ ଖ୍ୟାତି ଅର୍ଜନ କରିବ ସେଥିପାଇଁ ଏସବୁର ପ୍ରସ୍ତୁତି ସମୟରେ ଗୁଣାତ୍ମକ ଦିଗ ପ୍ରତି ଦୃଷ୍ଟି ଦିଆଯିବ। ଏସବୁର ଲାଭ ବୁଣାକାର ଓ ଶିଳ୍ପୀ ଯେପରି ପାଇବେ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ହସ୍ତତନ୍ତ କ୍ଷେତ୍ରରେ ଅଧିକ ଘରୋଇ ପୁଞ୍ଜିନିବେଶ ଉପରେ ମୁଖ୍ୟ ସଚିବ ଗୁରୁତ୍ବ ଦେଇଥିଲେ। ବିଭାଗରେ ଉତ୍ତମ ପ୍ରଦର୍ଶନ କରୁଥିବା ଦକ୍ଷ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞଙ୍କୁ ଚିହ୍ନଟ କରି ସେମାନଙ୍କ ଜରିଆରେ ଉଚ୍ଚମାନର ବିଜନେସ ମଡ଼େଲ ତିଆରି କରିବା ଏବଂ ଏଥିରେ ଘରୋଇ ସଂସ୍ଥାର ସହଯୋଗ ନେବାକୁ କହିଥିଲେ। ବରଗଡ଼ ଜିଲାରେ ଥିବା ବାଲିଜୁରି ହାଟର ବିକାଶ ସହ ଏହାକୁ ଏସିଆର ବୃହତ ପୋଷାକ ବଜାରରେ ପରିଣତ କରିବା ଏବଂ ଏଠାରେ ସବୁପ୍ରକାର ଆଧୁନିକ ସୁବିଧା ଯେଗାଇଦେବାକୁ ବିଭାଗକୁ ନିର୍ଦେଶ ଦେଇଛି।

- Advertisement -

ପଶାପାଲି, ସୋନପୁରୀ,ବମକାଇ ଓ କୋଟପାଡ଼ ଡ଼ିଜାଇନ ଆଦି ପ୍ରମୁଖ ଡ଼ିଜାଇନ ବିଷୟରେ ଏଥିରେ ଆଲୋଚନା ହୋଇଥିଲା। ଇତିମଧ୍ୟରେ ଓଡ଼ିଶାରେ ହାଣ୍ଡଲୁମ ବଜାର ଆକାର ୬୦୦ରୁ ୭୦୦କୋଟି ଟଙ୍କାକୁ ବୃଦ୍ଧି ପାଇଥିବାରୁ ଏହାକୁ ବହୁଗୁଣିତ କରିବାକୁ ପରାମର୍ଶ ଦିଆଯାଇଛି। ବୟନ, ହସ୍ତତନ୍ତ ଓ ହସ୍ତକଳା ବିଭାଗ ନିର୍ଦେଶକ ଜ୍ୟୋତିପ୍ରକାଶ ଦାସ କହିଥିଲେ ଯେ ଏସବୁ କିସମର ଶାଢ଼ି ମୁଖ୍ୟତଃ ବରଗଡ଼, ସୋନପୁର, କଳାହାଣ୍ଡି ଓ କୋରାପୁଟରେ ପ୍ରସ୍ତୁତ କରାଯାଇଥାଏ। ଓଡ଼ିଶାର ଇକାତ ଓ ବାନ୍ଧକଳାକୁ ଜିଆଇ ଟାଗିଂ ମିଳିଛି ବୋଲି ସେ କହିଥିଲେ।

ଓଡ଼ିଶାର ଡିଜାଇନକୁ ଆକର୍ଷଣୀୟ ଢ଼ଙ୍ଗରେ ବିଶ୍ବ ଦରବାରରେ ଉପସ୍ଥାପିତ କରିବା ଲକ୍ଷ୍ୟରେ ଆନ୍ତର୍ଜାତିକ ସ୍ତରର ଡ଼ିଜାଇନର ଆର.କେ. ଚିଷ୍ଟି, ଆବ୍ରାହମ ଠାକୁର, ରାକେଶ ପ୍ରତାପ ସିଂହ, ଅଞ୍ଜଳି କାଲିଆ ଓ ବିଭୁ ମହାପାତ୍ରଙ୍କୁ ଆମନ୍ତ୍ରଣ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି। ଇତିମଧ୍ୟରେ ଫ୍ଲିପକାଟ, ଆମାଜନ ଏବଂ ଗୋକୁପ ସହ ଯୋଗସୂତ୍ର ସ୍ଥାପନ ହୋଇଛି। ଉତ୍ପାଦିତ ସାମଗ୍ରୀ ଉଚିତ ମୂଳ୍ୟରେ ବିକ୍ରି କରିବା ପାଇଁ ଅଧିକ ବୁଣାକାରଙ୍କୁ ଜିଇଏମ ପୋର୍ଟାଲ ସହ ସଞ୍ଜୁକ୍ତ କରାଯିବ। ବୈଠକରେ ବୟନ, ହସ୍ତତନ୍ତ, ଓ ହସ୍ତଶିଳ୍ପ ବିଭାଗ ସଚିବ ଶୁଭା ଶର୍ମା , ବୟନିକା, ଉତ୍କଳିକା, ସମ୍ବଲପୁରୀ ବସ୍ତ୍ରାଳୟର ଅଧିକାରୀ ଭାଗ ନେଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories